୧୪ ଦଫା ଦାବି ପୂରଣ ନିମନ୍ତେ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡି…

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମାର ସମସ୍ତ ଅଙ୍ଗନବାଡି କର୍ମୀ ମାନେ ସେମାନଙ୍କ 12 ଦଫା ଦାବି ପୂରଣ ନିମନ୍ତେ ଏକ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରାଟି ମାଲକାନଗିରି ବସ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଜିଲ୍ଲାପାଳଙ୍କୁ ତାଙ୍କ 12 ଦଫା ଦାବି ଜଣେଇଥିଲେ । ଅଙ୍ଗନବାଡି ମାନଙ୍କ ଦରମା 7 ହଜାର ରୁ 21 ହଜାର କୁ ବୁଦ୍ଧି , ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା ଦେବା , ଗରମ ରନ୍ଧା ଖାଦ୍ୟ ଟଙ୍କା ବୁଦ୍ଧି କରିବା , ଉଚିତ କାମକୁ ଉଚିତ ଦରମା ଦେବା , ସପାନ କାର୍ଯ୍ୟକ୍ରମର ଦର ବୁଦ୍ଧି ଭଳି ଅନେକ ସମସ୍ୟାର ସମାଧାନ କରିବା ପାଇଁ ଆଜି ଏହି ଅଙ୍ଗନବାଡି କର୍ମୀ ମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ପାଇଁ ଏକ ଶୋଭାଯାତ୍ରା ବାହାରି ଥିଲା । ଏଥିସହ ଜିଲ୍ଲାରେ କୋରୋନା ଭଳି ମହାମାରୀ ହେଉ କିମ୍ବା ଅନାନ୍ୟା କାର୍ଯ୍ୟରେ ମଧ୍ୟ ଅଙ୍ଗନବାଡି ମାନଙ୍କୁ ନିଯୁକ୍ତି କରାଯାଉଛି। ନିଜ ଜୀବନଙ୍କୁ ବାଜି ଲଗାଇ ଅଙ୍ଗନବାଡି ଦିଦି ମାନେ ପଲ୍ଲି ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି । କିନ୍ତୁ ଦରମା ବୃଦ୍ଧି ସମୟରେ ସେମାନଙ୍କୁ ବାରମ୍ବାର ଅଣ ଦେଖା କରାଯାଉଛି । ତେଣୁ ସେମାନଙ୍କ ଦରମା ସହ 12 ଦଫା ଦାବି ପୂରଣ ପାଇଁ ଆଜି ଏକ ଶୋଭାଯାତ୍ରା କରାଯାଇ ଦାବି ପତ୍ର ଦିଆ ଯାଇଛି। ଯଦି ଏହି ଦାବି ପୂରଣ ନ ହୁଏ ତେବେ ସମସ୍ତ ଅଙ୍ଗନବାଡି ଗୁଡିକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରବା ସହ ଅଙ୍ଗନବାଡି କର୍ମୀମାନେ ରାଜ ରାସ୍ତାରେ ଧାରଣା ଦେବେ ବୋଲି ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.