ମହକୁମାର ବିଭିନ୍ନ ସ୍ଥାନରେ ବିଏସଏଫ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ

ମାଲକାନଗିରି,୨୧।୯ : ମାଲକାନଗିରି ଜିଲ୍ଲା ସଦର ମହକୁମାର ବିଭିନ୍ନ ସ୍ଥାନରେ ଆଜି ବିଏସଏଫ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ପକ୍ଷ ପାଳନ ଅବସରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଶ୍ରମଦାନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ବିଏସଏଫ ମୁଖ୍ୟ କାର୍ଯ୍ୟାଳୟର ୨ୟ ବାଟାଲିୟନର ଡେପୁଟି କମାଣ୍ଡେଣ୍ଟ ରାଜେଶ କୁମାର କରୱାଶ୍ର।ଙ୍କ ନେତୃତ୍ୱରେ ମୋଟ ୫୨ ଜଣ ବିଏସଏଫ ଅଧିକାରୀ ଓ ଯବାନ ଯୋଗ ଦେଇ ଜିଲ୍ଲା ସଦର ମହକୁମାସ୍ଥିତ ମଲିକେଶ୍ୱର ଶୈବ ପୀଠର ସମସ୍ତ ଅଂଚଳ ଓ ମାଲକାନଗିରି-ସୁକୁମା କେନାଲ ରାସ୍ତାର ସଫେଇ କରିଥିଲେ । ଏହି ପରିପ୍ରେକ୍ଷୀରେ ସମଗ୍ର ଅଞ୍ଚଳ ପରିଷ୍କାର ପରିଚ୍ଛନ୍ନ କରାଯାଇ ଏହି ସ୍ଥାନ କିଭଳି ସବୁଜ,ସ୍ୱଚ୍ଛ ଓ ପଲିଥିନ୍ ମୁକ୍ତ ହେବ , ସେଥିପାଇଁ ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଡେପୁଟି କମାଣ୍ଡେଣ୍ଟ ଶ୍ରୀ କରୱାଶ୍ରା ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.