ବ୍ଲକସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ମାସିକ ବୈଠକ

ଚିକିଟୀ — ବ୍ଲକ ସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୈଠକ ବୀର ସିଂହ ଲକ୍ଷ୍ମୀ ନାରାୟଣପୁର ସ୍ଥିତ ଜୟ ହରଚଣ୍ଡୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିl ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସମସ୍ତ ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ କରାଯାଇଥିଲାl ବି ଇ ଓ ପ୍ରଦୀପ ପ୍ରଜ୍ୱଳ କରି କାର୍ଯ୍ୟକ୍ରମର ଆରମ୍ଭ କରିଥିବା ବେଳେ ପ୍ରଧାନଶିକ୍ଷକ ସୁଦୀପ୍ତ କୁମାର ପଟନାୟକ ପ୍ରଭୁବନ୍ଦନା ଗାନ କରିଥିଲେl ନୂଆପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମଧୁସ୍ମିତା ପୃଷ୍ଟି ଗତ ବୈଠକର ବିବରଣୀ ପାଠ କରିଥିଲେl ବି ଇ ଓ ୟୁଡ଼ାଇସ ଅପଡେଟର ସ୍ଥିତି, ବିଦ୍ୟାଳୟର ପ୍ରୋଫାଇଲ ଓ ଅନ୍ୟାନ୍ୟ ବିବରଣୀ, ବିଦ୍ୟାଳୟରେ ଉପଲବ୍ଧ ସୁବିଧା, ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ, ନିପୁଣ ଓଡିଶା ମାଧ୍ୟମରେ ପ୍ରାଥମିକ ବିଦ୍ୟାଳୟରେ ସାର୍ବଜନୀନ ମୌଳିକ ସାକ୍ଷରତ ଏବେ ସଂଖ୍ୟଜ୍ଞାନ ହାସଲ କରିବା ଉଦେଶ୍ୟରେ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ,ଶିକ୍ଷକମାନେ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନର ଅନୁମୋଦିତ କୌଶଳକୁ ବ୍ୟବହାର କରି ପିଲାଙ୍କ ଶିକ୍ଷଣକୁ ସୁନିଶ୍ଚିତ କରିବା,ଏଲ. ଇ. ପି -ଉତ୍କର୍ଷ କାର୍ଯ୍ୟକ୍ରମ, ଶିକ୍ଷଣ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସଂରଚିତ ପାଠ୍ୟ ଯୋଜନା, ନାସା, କ୍ଲବ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସହିତ ଅନ୍ୟାନ୍ୟ ବିଷୟ ଉପରେ ଆଲୋକପାତ କରିଥିଲେl ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ କେଦାରଶ୍ୱର ନେପlକ ଓ ଏ ବି ଓ ସିମାଞ୍ଚଳ ପଣ୍ଡା ମଞ୍ଚାସୀନ ଥିଲେl ବ୍ଲକର ୨୨ ଟି ଉଚ୍ଚ ବିଦ୍ୟାଳୟର ସମସ୍ତ ପ୍ରଧାନଶିକ୍ଷକ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲାl ଶିକ୍ଷକ ଅବନୀ ପାଢ଼ୀ, ଜାଗିଲି ପ୍ରଧାନ, ଭଗବାନ ପ୍ରଧାନ ଓ ମନୋରଞ୍ଜନ ହୋତା କାର୍ଯ୍ୟକ୍ରମର ପରିଚାଳନା କରିଥିଲେl

nis-ad
Leave A Reply

Your email address will not be published.