ଓଡ଼ିଶା ହକି ଚାମ୍ପିୟାନସିପରେ ଚିତ୍ରକୋଣ୍ଡା ଏସଏସଡି ହାଇସ୍କୁଲ ଛାତ୍ରୀ

ଚିତ୍ରକୋଣ୍ଡା : ଓଡ଼ିଶା ହକି ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ହକି ଚାମ୍ପିୟାନସିପ-୨୦୨୪ ରେ ମାଲକାନଗିରି ଜିଲ୍ଲା ହକି ଆସୋସିଏସନ ତରଫରୁ ଦଳରେ ସ୍ଥାନ ପାଇଛନ୍ତି ଚିତ୍ରକୋଣ୍ଡା ଏସ ଏସ ଡି ହାଇସ୍କୁଲ ର ତିନି ଜଣ କୃତି ଛାତ୍ରୀ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ହକି ଆସୋସିଏସନ ପୂର୍ବରୁ ଜିଲ୍ଲା ସ୍ତରରେ ବିଭିନ୍ନ ବିଦ୍ୟାଳୟରୁ ହକି ଖେଳାଳୀ ମାନଙ୍କୁ ଚୟନ କରିଥିଲା ରାଜ୍ୟ ସ୍ତରୀୟ ଚମ୍ପିୟାନସିପ ଖେଳିବା ପାଇଁ । ତନ୍ମଧ୍ୟରୁ ଅନ୍ୟାନ୍ୟ ବିଦ୍ୟାଳୟ ମଧ୍ୟରେ ଶିଖପାଲି, ସିନ୍ଧ୍ରିମାଳ, ବାଲିମେଳା, ସତୀଗୁଡା, କୋରୁକୋଣ୍ଡା ରୁ ଛାତ୍ରୀ ମାନେ ଥିବା ବେଳେ ଚିତ୍ରକୋଣ୍ଡା ରୁ ତିନି ଜଣ ମନୋନୀତ ହୋଇଥିଲେ । ଉକ୍ତ ତିନି ଜଣ ହେଲେ ଏସ ଏସ ଡି ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଆରତୀ ହିଆଲ, ଲଳିତା କବାସି ଓ ଲଛିମଦେଇ ଖିଲ । ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଖର୍ଚ୍ଚ ବହନ କରି ଜିଲ୍ଲା ପକ୍ଷରୁ ଖେଳିବା ପାଇଁ ପଠା ଯାଇଥିଲା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସ୍କୁଲ କର୍ତ୍ତୃପକ୍ଷ ବହନ କରିଛନ୍ତି । ଏହିପରି ଯଦି ଆଗକୁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ମିଳିପାରିବ ତେବେ ଆଗାମୀ ଦିନରେ ଜିଲ୍ଲା ପାଇଁ ଗୌରବ ଆଣିପାରିବୁ ବୋଲି ଏହି ଛାତ୍ରୀମାନେ ମତ ରଖିଛନ୍ତି । ସରକାରଙ୍କ ତରଫରୁ ହକି ଖେଳକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ତତ୍ପର ଥିବା ବେଳେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳୁଛି । ଦିନେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ପରିଚିତ ଥିବା ମାଲକାନଗିରି ଜିଲ୍ଲା ଆଜି ନିଜ ପ୍ରତିଭା ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରତିଷ୍ଠିତ ହୋଇପାରିଛ । ଏହିଭଳି କୃତି ଓ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଜି ବିଦ୍ୟାଳୟ ହେଉ ଅବା ଗ୍ରାମ କିମ୍ବା ଜିଲ୍ଲା ନିଜକୁ ଗର୍ବିତ ମନେ କରୁଛି ।

nis-ad
Leave A Reply

Your email address will not be published.