କଟକ ମେୟର ଭାବେ ଶପଥ ନେଲେ ସୁବାସ ସିଂ

କଟକ: ଶପଥ ନେଇଛନ୍ତି ସିଏମସି(CMC) ନବନିର୍ବାଚିତ ମେୟର ଓ ୫୯ ଜଣ କର୍ପୋରେଟର । ଶହୀଦ ଭବନରେ ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ସଂଗ୍ରାମଜିତ ଗୋପନୀୟତା ପାଠ କରାଇଥିଲେ ।

ତେବେ ଶପଥ ନେବା ପରେ ସିଏମସି ମେୟର ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁବାସ ସିଂ।ଶପଥ ନେଲେ ସିଏମସି ମେୟର ଓ ୫୯ ଜଣ କର୍ପୋରେଟର ସମସ୍ତଙ୍କୁ ଏକାଠି ନେଇ ସହରର ଉନ୍ନୟନ କାର୍ଯ୍ୟ କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ମେୟର । ମଶା, ଜଳବନ୍ଦୀ ସମସ୍ୟା, ସହରରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବତ କରାଯିବ ବୋଲି ଦାୟିତ୍ବ ନେବା ପରେ ସୁବାସ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପରି ସିଏମସିକୁ ଦୁର୍ନୀତି ମୁକ୍ତ କରିବାକୁ ପ୍ରାଥମିକତା ଦେବେ ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.