ଆର ଏମ ସି ଏମ୍ପ୍ଲଇଜ ୟୁନିୟନର ସାଧାରଣ ସମ୍ପାଦକ ଶ୍ରୀ ପ୍ରମୋଦ ପଟ୍ଟନାୟକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା…

ରାଉରକେଲା : ଓଡିଶା ମ୍ୟୁନିସିପାଲ କର୍ମଚାରୀ ମହାସଂଘ ଏବଂ ରାଉରକେଲା ମ୍ୟୁନିସିପାଲ କର୍ପୋରେସନ ଏମ୍ପ୍ଲଇଜ ୟୁନିୟନର ସାଧାରଣ ସମ୍ପାଦକ ଶ୍ରୀ ପ୍ରମୋଦ ପଟ୍ଟନାୟକଙ୍କୁ ୟୁନିୟନ ପକ୍ଷରୁ ଅବସରକାଳିନ ସମ୍ବର୍ଦ୍ଧନା ଦିଆ ଯାଇଛି । ଆଜି ସ୍ଥାନୀୟ ରାଉରକେଲା ମହାନଗର ନିଗମ କାର୍ଯ୍ୟଳୟ ନିକଟସ୍ଥ ୟୁନିୟନ କାର୍ଯ୍ୟାଳୟ ପରିସରରେ ସଭାପତି ଶ୍ରୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତା ରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । ଏହି ସଭାରେ ରାଉରକେଲା ମହାନଗର ନିଗମର ଆସିଷ୍ଟାଣ୍ଟ କମିଶନର ଶ୍ରୀ ନରେନ୍ଦ୍ର ପ୍ରଧାନ ଓ ସୁଶାନ୍ତ କୁମାର ବେଉରିଆ ନିମନ୍ତ୍ରିତ ଅତିଥିଭାବେ ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀ ପ୍ରମୋଦ ପଟ୍ଟନାୟକ ତାଙ୍କର ଚାକିରି କାଳ ମଧ୍ୟରେ କିପରି ଜନସାଧାରଣଙ୍କ ସେବା କରିଆସୁଥିଲେ । ତଥା ତାଙ୍କର କର୍ତବ୍ୟ ନିଷ୍ଠା , ଜନ ଜନସାଧାରଣଙ୍କ ପ୍ରତି ଅନୁରାଗ, ସାଙ୍ଗଠନିକ କାର୍ଯ୍ୟକଳାପ ପାଇଁ ଯେପରି ସମସ୍ତଙ୍କ ନିକଟରେ ପ୍ରିୟ ଭାଜନ ହୋଇଛନ୍ତି । ସେ ସମ୍ପର୍କରେ ଉପସ୍ଥିତ ଅତିଥି ତଥା ୟୁନିୟନର କର୍ମକର୍ତ୍ତା ମତ ପ୍ରକାଶ କରିଥିଲେ । ଏହି ଅବସରରେ ୟୁନିୟନର ସଭାପତି ଶ୍ରୀ ଆନନ୍ଦ ଚନ୍ଦ୍ର ମହାନ୍ତି ନିଜ ବକ୍ତବ୍ୟରେ କହିଲେଯେ ୟୁନିୟନର ଗଠନ ଦିନଠାରୁ ଦୀର୍ଘ ୨୨ବର୍ଷ ମଧ୍ୟରେ ଶ୍ରୀ ପଟ୍ଟନାୟକ ଦୃଢ଼ ନେତୃତ୍ୱରେ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ସାଙ୍ଗକୁ ରାଉରକେଲା ମହାନଗର ନିଗମରେ କାର୍ଯ୍ୟ କରୁଥିବା ୫୯ଜଣ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଏବଂ ୨୦୦ ଏନ ,ଏମ ଆର କର୍ମଚାରୀଙ୍କୁ ୱାର୍କରସ କର୍ମଚାରୀ ଭାବେ ନିଯୁକ୍ତି ମିଳିଥିଲା । ସେ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ଏଥି ସହ ସେ ଯେତେ ଦିନ ପର୍ଯ୍ୟନ୍ତ ରାଉରକେଲାରେ ରହିବେ ସେତେ ଦିନ ପର୍ଯ୍ୟନ୍ତ ପୂର୍ବଭଳି ସହଯୋଗ ଯୋଗାଇବେ ବୋଲି ଆଶା ବ୍ୟକ୍ତ କରିଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ଓ କର୍ମକର୍ତା ଗଣ ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇବାପରେ ଉପସ୍ଥିତ ସାଧାରଣ ସମ୍ପାଦକ ଶ୍ରୀ ସୁଶାନ୍ତ ମହାନ୍ତି, କାର୍ଯ୍ୟକାରୀ ସଭାପତି ରସାନନ୍ଦ ନାୟକଙ୍କ ସମେତ ସମସ୍ତ ନବ ନିର୍ବାଚିତ କର୍ମକର୍ତା, ସଦସ୍ୟ ତଥା ସହଯୋଗି କର୍ମଚାରୀ ମାନେ ଶ୍ରୀ ପଟ୍ଟନାୟକଙ୍କ ଅବସର ଜୀବନ ଯେପରି ସୃଷ୍ଟିମୟ ହେବ ସେଥିପାଇଁ ଇଶ୍ୱରଙ୍କ ନିକଟରେ କାମନା କରିବା ସହ ସମ୍ମାନ ସ୍ୱରୂପ ବିଭିନ୍ନ ଉପହାର ପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.