ପୌର ଓ ମହାନଗର ନିର୍ବାଚନର ଅନୁଚିନ୍ତା : ସହର ହସିଲେ ଆମେ ହସିବା !

ଡାକ୍ତର ସାଗର ରଂଜନ ତ୍ରିପାଠୀ

ସହରାଞ୍ଚଳ ବିକାଶ ପାଇଁସମୟର ଆବଶ୍ଯକତା ସୁନ୍ଦର ସ୍ବାଭିମାନର ସ୍ବର ! ଗୋଟିଏ ଭଲ ମଣିଷ କୁ ଚୟନ କରିଲେ ପାଞ୍ଚ ବର୍ଷ ରେ ସହର ଭାଗ୍ଯ ତାଙ୍କର ହାତରେ ତିଆରି ହେବ। ଜୀବନ ଓ ଜୀବିକା ପାଇଁ ସଂଘର୍ଷ ଅନେକ କିନ୍ତୁ ମନ ପ୍ରାଣ ରେ ତଥାପି ରାଷ୍ଟ୍ରବାଦ ଦେଶପ୍ରୀତି ସ୍ବାଭିମାନର ସ୍ବର ମଉଳି ନ ଥିବା ବିଚାର ରୁ ଦୈନିକ ଦୁଇ ପଦ ଲେଖିବା ମୋର ଗୋଟିଏ ଅଭ୍ଯାସ। ଆଜି ସହରାଞ୍ଚଳ ରେ ଅଧ୍ଯକ୍ଷ ଓ ମହାନଗର ରେ ମେୟର ନିର୍ବାଚନ । ସହର ବିକାଶ ଚିତ୍ର ଦେଖିବା ପାଇଁ ଦଉଡ଼ି ଆସୁଛନ୍ତି ମନ ରେ ଆଶା ନେଇ ମତଦାତା ନିଜ ନିଜ ମତ ସାବ୍ଯସ୍ତ କରି ନିଜ ମନ ପସନ୍ଦ ପ୍ରାର୍ଥୀ ଙ୍କ ପ୍ରତି ମତଦାନ ଦେଇ ସହରାଞ୍ଚଳ ରେ ବିକାଶ ଆଗାମୀ ଦିନ ରେ ଦେଖିବେ।ଆଜି ସହରାଞ୍ଚଳ ରେ ନିର୍ବାଚନ ପର୍ବ। ଗଣତନ୍ତ୍ର ର ସମ୍ମାନ ରକ୍ଷା କରିବାକୁ ଛୁଟି ଆସୁଛନ୍ତି ଅନେକ ଯୁବକ ଯୁବତୀ। ସହରାଞ୍ଚଳ ର ବିକାଶ ହେଲେ ନିଜ ସହରକୁ ନେଇ ଗର୍ବ ଅନୁଭବ କରି କହିବେ ଦେଶ ବିଦେଶରେ। କିନ୍ତୁ ବାସ୍ତବ ରେ ପରବର୍ତ୍ତୀ ସମୟରେ ଏ ସ୍ବପ୍ନ ସାର୍ଥକ ହେବ କି ସ୍ବପ୍ନ ରେ ରହିଯିବ ତାଙ୍କର ପ୍ରିୟ ସହରାଞ୍ଚଳ ସମୟ ହିଁ କହିବ। ନିର୍ବାଚନ ଆସିଲେ ସହରାଞ୍ଚଳ ବିକାଶ ଚିତ୍ର କଥା କହି କ୍ଷମତାର କ୍ଷୁଧା ର ମଣିଷ ମାନେ ରାଜନୈତିକ ଶକ୍ତି ପ୍ରଦର୍ଶନ କରି ନିଜ ପତିଆରା ଦେଖାଇ ଦଳଦଳ ହୋଇ ମାଡି ଆସନ୍ତି। ଗୋଟିଏ ବିକାଶଶୀଳ ସହର ର ଗୋଲାପ ଚିତ୍ର ମନରେ ଆଙ୍କିଦେଇ ଅଜାଡି ଦିଅନ୍ତି ପ୍ରତିଶ୍ରୁତି।।ପ୍ରାର୍ଥୀ ପ୍ରାର୍ଥୀନୀ ମାନେ ନିଜ ନିଜ ହାତରେ ଦଳୀୟ ଚିହ୍ନର ପତାକା ଗଳାରେ ଗେଣ୍ଡୁ ହେନା ଜୁଇ ଫୁଲର ହାରହାର ଶୋଭାପାଏ ଶୋଭାଯାତ୍ରାରେ। ବଡ଼ ସବିଚିତ୍ର ଏ ନିର୍ବାଚନ ସମୟ। କ୍ଷମତା ଦଖଲ ପାଇଁ ରଣକ୍ଷେତ୍ର ହୁଏ ପ୍ରସ୍ତୁତ। ନିଜ ନିଜ ନେତା ମାନଙ୍କ ସହିତ ନାମାଙ୍କନ ପତ୍ର ଦାଖଲ ଠାରୁ ନିର୍ବାଚନ କୁ ଗୋଟିଏ ପର୍ବ କରି ଦିଅନ୍ତି।ରାଜପଥରେ କେତେ ବାଜା କେତେପଟୁଆର।ନିଦାଘର ଆଘାତ ସହିଗଲେ ପୁଣି ପାଞ୍ଚ ବର୍ଷ କ୍ଷମତା । କିନ୍ତୁ ସାଧାରଣ ଜନତା ଜାଣେ ପରବର୍ତ୍ତୀ ସମୟରେ ନିର୍ବାଚନ ଜିତିବା ପରେ କେତେ ସ୍ବପ୍ନ ସାକାର ହୁଏ। ଗଣତନ୍ତ୍ର ବିଧି ବ୍ୟବସ୍ଥାର ବିସ୍ମୟଭରା ନିର୍ବାଚନ।.କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ। ଜନତାଙ୍କ ସୁଖଦୁଃଖ ସହିତ ସାମିଲ ହେବା ପାଇଁ କ୍ଷମତାର କ୍ଷୁଧାର୍ତ୍ତ ମାନେ ଗଳିକନ୍ଦିରେ ମାଗନ୍ତି ଭୋଟ। ଅନେକ ବେରୋଜଗାର ଯୁବକ ଯୁବତୀ ମଧ୍ଯ ନିର୍ବାଚନ ସମୟରେ ଭାଗ ନିଅନ୍ତି। ସହର ରେ ସମସ୍ୟା ଚିତ୍ର ଲିଭାଇବାର ସଂକଳ୍ପ କେତେ କେତେ ପ୍ରତିଶ୍ରୁତି ମଧ୍ଯ ଶୁଣିବା ମିଳେ।.ଦୈନ୍ୟତାର ସ୍ବର ଶୁୃଖେଇ ବୈଭବମୟ ସମାଜ ବିକାଶଶୀଳ ସହର ଗଠନର ଗର୍ଜନ ରେ ଶାସକ ଦଳର ନେତା କହନ୍ତି ଅନେକ ଏବଂ ବିରୋଧୀ ଦଳର ପ୍ରାର୍ଥୀ କହେ ଅଶିକ୍ଷା ଦୁର୍ନୀତି ଭ୍ରଷ୍ଟାଚାର ବିଲୋପର ପ୍ରତିବଦ୍ଧତାର ସ୍ବର ରେ। ରାସ୍ତା ଘାଟ ର ସୌନ୍ଦର୍ୟ୍ଯ ରୁ ପରିବେଶ ସବୁ ହେବ ବିକାଶ ଆଣିବି।ଏ ସବୁବାଣୀରେ ଦର୍ଶକ ଶ୍ରୋତା ଆମେ ନାଗରିକ ଶୁଣି ସମସ୍ତେ ଉଲ୍ଲସିତ। ନୁରୁତ୍ତା ଲୋକଟିଏ ଯେତେବେଳେ ସହର ର କ୍ଷମତାର ସିଂହାସନ ରେ ବସି ସ୍ବାଭିମାନ ର ମୂଲ୍ୟ ଖୋଜି ଆମ ସହର ବିକାଶ ପାଇଁ ଚିନ୍ତା କରିବ ସହର ହସିବ । ସହର ର ସୁରକ୍ଷିତ ବ୍ୟବସ୍ଥା ନିର୍ଭର କରେ ସହର ଦାୟିତ୍ୱ ନେଇ ନିର୍ବାଚନ ଜିତିଥିବା ଜନ ପ୍ରତିନିଧି ର ବିଚାର ଆଚରଣ ଓ କଥା ଉପରେ। ଯଦି ସଠିକ୍ ମଣିଷ ହାତରେ ସହର କ୍ଷମତାର ସିଂହାସନ ରହିବ ବିକାଶ ଗୋଟିଏ ନିର୍ଦ୍ଦିଷ୍ଚ ସମୟରେ ସମ୍ଭବ କିନ୍ତୁ କ୍ଷମତାର କ୍ଷୁଧାର୍ତ୍ତଙ୍କ ଗହଳି ଙ୍କ ମଧ୍ଯ ରୁ ସଠିକ୍ ନିର୍ଣ୍ଣୟ ନେବା ରେ ତ୍ରୁଟି ରହିବ ସହର ର ବିକାଶ ସ୍ବର ମଧ୍ଯ ବିପନ୍ନ କଣ ଅସ୍ବୀକାର କରିହେବ?
ସାଂପ୍ରତୀକି ସମୟରେ ପ୍ରକୃତ ମଣିଷଟିଏ ଦେଶ ତଥା ସମାଜ ହିତୈଷୀ ମଣିଷ ହିଁ ସମୟର ଆବଶ୍ଯକ। .ଏପରି ସମୟରେ ଆମର ବିବେକ ଅନୁମୋଦିତ ବିଚାର ରେ ସଠିକ୍ ମଣିଷ କୁ ଚୟନ କରି ଜିତାଇବା ଜରୁରୀ। ବୁଦ୍ଧିଜୀବୀ ନାଗରିକ ସଚେତନ ନାଗରିକ ସଜାଗ ରହି ଠିକଣା ଲୋକ ଚୟନ କରିବା ଯାର ହାତରେ ସହରାଞ୍ଚଳ ବିକାଶ ହେବା ସହିତ ଦୁନିଆ ର ମାନ ଚିତ୍ର ରେ ଆମ ସହର ର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ।

ନିବାରିଣୀ
ଆୟୁର୍ବେଦ ଚିକିତ୍ସା କେନ୍ଦ୍ର ବ୍ରହ୍ମପୁର
୮୮୪୭୮୦୯୫୩୪

nis-ad
Leave A Reply

Your email address will not be published.