ଭୋଟ ଦେଲେ ୫ଟି ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ବର: ସକାଳ ୮ ଟାରୁ ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ଭୋଟିଂ। ନେତା ବାଛୁଛନ୍ତି ସହରବାସୀ । ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ୫-ଟି ସଚିବ ଭିକେ ପାଣ୍ଡିଆନ ୪୬ ନଂ ୱାର୍ଡରେ ନିଜର ମତସାବ୍ୟସ୍ତ କରିଛନ୍ତି । ପାଣ୍ଡିଆନଙ୍କ ସହ ତାଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତିକେୟ ପାଣ୍ଡିଆନ ମଧ୍ୟ ମତଦାନ କରିଛନ୍ତି ।

ଏହି ପାଣ୍ଡିଆନ ଦମ୍ପତି ୟୁନିଟ ୬ ସରକାରୀ ଉଚ୍ଚ ବିଦ୍ୟାଳୟ ୪୮୩ ନମ୍ବର ବୁଥରେ ଭୋଟ ଦେଇଛନ୍ତି । ସେମାନେ ସାଧାରଣ ଭୋଟରଙ୍କ ସହ ଧାଡିରେ ଛିଡା ହୋଇ ନିଜର ମତଦାନ କରିଥିବାର ଦେଖାଯାଇଛି । ୫-ଟି ସଚିବ ଭିକେ ପାଣ୍ଡିଆନ ଧାଡିରେ ଛିଡାହୋଇଥିବା ମହିଳାଙ୍କୁ ପ୍ରଥମେ ମତଦାନ ପାଇଁ ସୁଯୋଗ ଦେଇଥିଲେ। ଧାଡିରେ ଛିଡୋ ହୋଇ ନଜି ପାଳି ପଡିବା ଯାଏଁ ଅପେକ୍ଷା କରି ମତଦାନ କରିଥିଲେ।

nis-ad
Leave A Reply

Your email address will not be published.