ମାନସ ସ୍ବାଇଁ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ନ୍ୟୁଜ ଅଫିସ୍‌ ସିଲ୍‌

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ନ୍ୟୁଜ ଅଫିସକୁ ପୋଲିସ ସିଲ୍‌ କରିଛି । ତାଙ୍କ ଅଫିସ ରେଡ୍‌ କରି ୨ଟି କମ୍ପ୍ୟୁଟର ହାର୍ଡ ଡିସ୍କ ଓ ଗୋଟାଏ କ୍ୟାମେରା ସେଟ୍‌ ପୋଲିସ ଜବତ କରିଛି। ଅଫିସ୍‌ରୁ ପୋଲିସ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଇଥିବା ମଧ୍ୟ ସୂଚନା ମିଳିଛି ।

ଅପହରଣ ଏବଂ ମୃତଦେହ ନେବା ପାଇଁ ବ୍ୟବହୃତ ହୋଇଥିବା କାରକୁ ମଧ୍ୟ ପୋଲିସ ଜବତ କରିଥିବା ଜଣାପଡିଛି। ଏଯାବତ୍‌ ଶର୍ମିଷ୍ଠାଙ୍କ ପତ୍ତା ପାଇନି ପୋଲିସ ।

nis-ad
Leave A Reply

Your email address will not be published.