ପ୍ରାର୍ଥୀଙ୍କ ସ୍ୱାମୀ ଟଙ୍କା ବାଣ୍ଟି ଅଟକ, ୨୫ ହଜାରରୁ ଅଧିକ ଟଙ୍କା ଜବତ

ଭଦ୍ରକ ୨୪।୦୩ : ନିର୍ବାଚନ ପାଇଁ ଟଙ୍କା ବଣ୍ଟା ଅଭିଯୋଗ । ଟଙ୍କା ବାଣ୍ଟିବା ଅଭିଯୋଗରେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ପୌରପାଳିକା ଅଧିନ ୮ ନମ୍ବର ଓ୍ୱାର୍ଡରେ ଘଟିଛି ଏଭଳି ଘଟଣା ।

ଖବର ଅନୁଯାୟୀ, ଭଦ୍ରକ ପୌରପାଳିକା ଅଧିନ ୮ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆସିଥିଲା । ଏନେଇ ସ୍ଥାନୀୟ ଲୋକେ ଦେବବ୍ରତ ମହାନ୍ତିଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଟାଉନ ଥାନା ପୋଲିସ ପହଞ୍ଚି ମାଜିଷ୍ଟେଟଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲେ ।

ତେବେ ଯାଞ୍ଚ ବେଳେ ତାଙ୍କ ନିକଟରୁ ୨୫୬୦୦୦ ଟଙ୍କା ଜବତ ହୋଇଥିବାର ସୂଚନା ମିଳିଛି । ଏହି ଟଙ୍କା ଭୋଟ ପାଇଁ ବଣ୍ଟାଯାଉଥିବା ସୂଚନା ମିଳିଛି । ସେପଟେ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅଟକ ରଖିଛି ପୋଲିସ ।

nis-ad
Leave A Reply

Your email address will not be published.