ଦାରିଙ୍ଗବାଡ଼ି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଚାଳନା କମିଟି ଗଠନ

ଦାରିଙ୍ଗବାଡ଼ି (୨୪/୦୩) : ଦାରିଙ୍ଗବାଡ଼ି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରିବା ନେଇ ଆଜି ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଆହ୍ୱାନ କ୍ରମେ ବିଦ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ୩୭୯ ଛାତ୍ରଛାତ୍ରୀଙ୍କ ଅଭିଭାବକ ଯୋଗଦେଇ ଥିଲେ । ପ୍ରଥମେ ପୂର୍ବତନ ଅଧ୍ୟକ୍ଷ ଶିବ ସେଠି ଅଭିଭାବକଙ୍କୁ ସ୍ୱାଗତ କରିବା ସହିତ ନୁତନ ଅଧ୍ୟକ୍ଷ ରାଜେଶ୍ୱର ମହନ୍ତଙ୍କ ପରିଚୟ ପ୍ରଦାନ କରି କମିଟି ଗଠନ କରିବା ସମ୍ପର୍କରେ ରହିଥିବା ନୀତିନିୟମ ନେଇ ସୂଚନା ପ୍ରଦାନ କରିଥିଲେ । ଏହାପରେ ଆବଶ୍ୟକତା ପ୍ରକାରେ ବିଭିନ୍ନ ବର୍ଗର ଅଭିଭାବକ ୬ଜଣ ପୁରୁଷ ୬ଜଣ ମହିଳା ଏହିପରି ୧୨ଙ୍କୁ ନିର୍ବାଚନ କରିଥିଲେ । ଏହାପରେ ୧୨ଜଣ ନିର୍ବାଚିତ ସଦସ୍ୟ ମାନେ ଜଣେ ସଭାପତିଙ୍କୁ ନିର୍ବାଚନ କରିବା ପାଇଁ ସୂଚନା ଦେଇଥିଲେ । ହେଲେ ସଭାପତି ପଦବୀ ପାଇଁ ଦୁଇ ଜଣ ସଂଯୁକ୍ତା ସାହୁ ଓ କାଳୀପ୍ରସାଦ ମଲିକ ପ୍ରତିଦ୍ବନ୍ଦି ହୋଇ ଥିବାରୁ ଭୋଟ ହୋଇଥିଲା । ବାର ଜଣ ଭୋଟ ଦେଇଥିଲେ ଜଣେ ୬ଟି ଲେଖଏ ଭୋଟ ପାଇଥିବାରୁ ଶେଷରେ ଧର୍ମ ଗୋଳାରେ ସଂଯୁକ୍ତା ସାହୁ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

nis-ad
Leave A Reply

Your email address will not be published.