ଚାଲିଗଲେ ରାଜ୍ୟ ରାଜନୀତିର ମହା ଧ୍ରୁମ ବରିଷ୍ଠ ନେତା ଦାମୋଦର ରାଉତ…

ବିଜୁ ବିଚାରର ଦୀପ୍ତିବାନ ସୂର୍ଯ୍ୟ ଦାମୋଦର ରାଉତ ଙ୍କ ବିୟୋଗ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

ଓଡ଼ିଶା ରାଜନୀତିର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ବିଜୁ ଦର୍ଶନ ର ଅନୁଗାମୀ ଓ ଓଡ଼ିଆ ଙ୍କ ସ୍ବାର୍ଥ ପାଇଁ ରାଜନୀତି ଭାଷା ରେ ସଦା ସର୍ବଦା ଚହଳ ସୃଷ୍ଟି କରୁଥିବା ଜଣେ ବିଚକ୍ଷଣ କୌଶଳନୀତି ଅବଲମ୍ବନ କରିବା ସିଦ୍ଧ ହସ୍ତ ରାଜନେତା ଭାବେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ଡାକ୍ତର ଦାମୋଦର ରାଉତ ଙ୍କ ବିୟୋଗ ଓଡ଼ିଆ ଜାତି ପାଇଁ ଅପୂରଣୀୟ କ୍ଷତି। ସେ ଥିଲେ ଏକାଧାର ରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଉପାସକ, ଦକ୍ଷ ସଂଗଠକ,ସ୍ଵାଭିମାନୀ ରାଜନେତା, ନିର୍ଭୀକ ନିରପେକ୍ଷ ବିଚାର ରେ ସତ୍ୟ ଉନ୍ମୋଚନ ର ସାର୍ଥକ ମଣିଷ। ସରକାର ଙ୍କ ବିଧି ବ୍ୟବସ୍ଥା ରେ କୌଣସି ଖୁଣ ତ୍ରୁଟି ଥିଲେ ତାହାର ସଂଶୋଧନ କରିବା ପାଇଁ ସରକାର ଙ୍କ ଆଗରେ ଦୃଢ ଯୁକ୍ତି ଉପସ୍ଥାପନ କରିବା ଜଣେ ଅଗ୍ରଣୀ ରାଜନେତା ଭାବେ ଧର୍ମ ରକ୍ଷା କରିବା ଥିଲା ତାଙ୍କ ବିଶେଷତ୍ଵ। ମୁଁ ସଂଚାର ପତ୍ରିକା ପରିବାର ସହ ଦୀର୍ଘ ଦିନ ଯୋଡି ହୋଇ ତାଙ୍କ ପରି ଜଣେ ମହାନୁଭବ ,ଭାଷା ସାହିତ୍ୟ ପ୍ରେମୀ ସମ୍ପାଦକ ଡାକ୍ତର ଦାମୋଦର ରାଉତ ଙ୍କ ଠୁ ଅନେକ କିଛି ଶିଖିବା ସହ ଜଣେ ସାମ୍ବାଦିକ ଭାବେ ଗର୍ବିତ।ଏହି କଥା ମନେ ରଖିବାକୁ ହେବ ଦାମୋଦର ରାଉତ ଥିଲେ ବିଜୁ ବିଚାର ର ଶେଷ ଅନୁଗାମୀ ଆଜି ସେହି କଥାକାର ଶଦ୍ଦ ଶିଳ୍ପୀ ଙ୍କ ବିୟୋଗ ଓଡ଼ିଆ ଜାତି ପାଇଁ ବିଶେଷ କ୍ଷତି। ସେହି ମହାନ୍ ବିଭୂତି ଙ୍କ ପ୍ରତି ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଏଵଂ ଈଶ୍ୱଙ୍କ ନିକଟରେ ସେ ସ୍ଥାନ ପ୍ରାପ୍ତ ହୁଅନ୍ତୁ।

ହେମାଙ୍ଗ ପ୍ରସାଦ ରାଉଳ
ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ବ

ଭୁବନେଶ୍ୱର

nis-ad
Leave A Reply

Your email address will not be published.