କରି କରାଉଥାଏ ମୁହିଁ….
ଭୁବନେଶ୍ୱର: ୭-୩ ଶେଷରେ ନିସର୍ତ୍ତ ର ପୂର୍ବ ଅନୁମାନ ସତ ହେଲା ଦୀର୍ଘ ୧୫ ବର୍ଷ ପରେ ପୁଣି ଭାଗୁଆଳି ସରକାର ହେବାକୁ ଯାଉଛି। ଶେଷରେ ଓଡ଼ିଶାରେ ମୋଦି ମନ୍ତ୍ର ମଧ୍ୟ କାମ କରିଲା। ଅଣ ବିଜେପି ଶାସିତ ରାଜ୍ୟରେ ଇଡ଼ି- ସିବିଆଇ ଭୟରେ ସେଠାରେ ଶାସନ କରୁଥିବା ରାଜନୈତିକ ଦଳ କୁ ନାଲି ଆଖି ଦେଖାଇ ଚୁପ କରୁଛି କେନ୍ଦ୍ର ସରକାର ବୋଲି ଚର୍ଚ୍ଚା ହୋଇଆସୁଛି। ଏହି ଫର୍ମୁଲା ଏବେ ଓଡ଼ିଶାରେ କାର୍ଯ୍ୟ ହେଲା ବୋଲି ରାଜନୈତିକ ମହଲ ରେ ଆଲୋଚନା ହେଉଛି। ଯେତେବେଳେ ଭି.କେ ପାଣ୍ଡିଆନ ସ୍ୱଳ୍ପ ସମୟ ମଧ୍ୟରେ ସ୍ଵେଚ୍ଛାକୃତ ଅବସର ନେବା ବିଜେଡ଼ି ରେ ସାମିଲ ହେବା ପୂର୍ବରୁ ମେଣ୍ଟ ପାଇଁ ଡ଼ିଲ ହୋଇଥିବା ନେଇ ସେ ସମୟରେ ବିରୋଧି ଚର୍ଚ୍ଚା କରିଥିଲେ। ଏବେ ଯେଉଁ ମାନେ ନିଜର ସ୍ୱାର୍ଥ ପାଇଁ ଦଳ ଡିଆଁ ଆରମ୍ଭ କରିଥିଲେ ଓ ଡ଼େଈଁବା ପାଇଁ ପ୍ରସ୍ତୁତ ହେଉଥିଲେ ସେମାନଙ୍କ ମଧ୍ୟରେ ଭାଳେଣି ପଡ଼ି ଯାଇଥିବା ଦେଖିବାକୁ ମିଳିଛି। ବିଜେପି ବିଜେଡ଼ି କାଦୁଅ ଫିଙ୍ଗା ରାଜନୀତି ର ଅନ୍ତ ଘଟିଲା। ଏବେ ବିଜେଡ଼ି ବିଜେପି ଦଳରେ ଥିବା ଗୋଷ୍ଟି କନ୍ଦଳ ର ଫାଇଦା ନେବ କଂଗ୍ରେସ ବୋଲି ରାଜନୈତିକ ପଣ୍ଡିତ ମାନେ ଅଙ୍କ କଷା ଆରମ୍ଭ କରିଛନ୍ତି। ଏବେ ଆଗାମୀ ସାଧାରଣ ନିର୍ବାଚନ ରେ ଅଧିକାଂଶ ରାଜନୈତକ ଦଳକୁ ଇଡ଼ି-ସିବିଆଇ ଘେରିଛି। ଏହାର ପ୍ରଭାବ ବିଜେପି କୁ ଲାଭ ହେବ ନା କ୍ଷତି ହେବ ଦେଖିବାକୁ ବାକିରହିଲା। ମେଣ୍ଟ ହେବା ପରେ ବିଜେଡ଼ି ଫମ୍ପା ଭାଷଣ ଦେଉଛି ଓଡ଼ିଶାର ବୃହତ୍ତର ସ୍ୱାର୍ଥ ପାଇଁ କେନ୍ଦ୍ର ସହ ସାଲିସ ହେଲୁ ବୋଲି। ପବ୍ଲିକ ସବ ଜାନତା ହାଏ ଆଗାମୀ ନର୍ବାଚନ ରେ କ୍ୟା ହୋଗା ଦେଖା ଯାଏଗା…….ଏଠାରେ ସୂଚନା ଥାଉକି ଦଳ ବଦଳ ଯେତେ କ୍ଷତି ଗ୍ରସ୍ତ ହେବେ ତାହାଠାରୁ ଅନେକ ପରିମାଣରେ କ୍ଷତି ଗ୍ରସ୍ତ ହେବେ ଗୋଦି ମିଡ଼ିଆ ବୋଲି ବୁଦ୍ଧିଜୀବୀ ଗହଣରେ ଚର୍ଚ୍ଚା ହେଲାଣି l