ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରେ ଟେଣ୍ଡର ଫିକ୍ସିଂ : 5T ର ସ୍ୱଚ୍ଛତା କୁ ନେଇ ଉଠୁଛି ପ୍ରଶ୍ନ..?
ଟେଣ୍ଡର ଓପେନିଂ ପୂର୍ବରୁ ଠିକାଦାର ଙ୍କ ନା ଭାଇରାଲ..!
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରେ ଗତ ୧୯/୦୨/୨୪ତାରିଖରେ ଅତିରିକ୍ତ ଶ୍ରେଣୀ ଗୃହ ଓ ଅନ୍ୟାନ୍ୟ କାଯ୍ୟ ପାଇଁ ବିଭିନ୍ନ ମୂଲ୍ୟ ର ୧୮ ଟି କାଯ୍ୟର ଟେଣ୍ଡର ଆହ୍ବାନ କରାଯାଇ ଥିଲା। ଯାହାର ଗତ କାଲି ଅର୍ଥାତ୍ ୬ ତାରିଖ ଟେଣ୍ଡର ପ୍ରକ୍ରିୟା ର ଶେଷ ତାରିଖ ଥିଲା। କିନ୍ତୁ ଶେଷ ଦିନରେ ଜିଲ୍ଲାର ଏକାଧିକ କଣ୍ଟ୍ରାକ୍ଟର ଏକତ୍ରିତ ହୋଇ ଟେଣ୍ଡର ଫିକ୍ସିଂ କରିଥିବା ର ଭିଡିଓ ଏବେ ଭାଇରଲ ହେବାକୁ ଲାଗିଛି। କେବଳ ଭିଡ଼ିଓ ନୁହେଁ ବରଂ କେଉଁ ଠିକାଦାର କେତେ ନମ୍ବର କାମ ପାଇବ ଆଉ କେତେ ଟଙ୍କାରେ ଫିକ୍ସିଂ ହୋଇଛି ତାର ଏକ୍ସକ୍ଲୁସିଭ ଦସ୍ତାବିଜ୍ ଭିଡ଼ିଓ ମାଧ୍ୟମରେ ଦେଖିବାକୁ ମିଳୁଛି। ଗତକାଲି ୧୧ ଟା ବେଳେ ବ୍ଲକ ର ଟେଣ୍ଡର କମିଟି ଦ୍ୱାରା ଟେଣ୍ଡର ଓପନିଂ ର କାଯ୍ୟ ଥିବା ବେଳେ ଢେର୍ ପୂର୍ବରୁ ଠିକାଦାର ମାନଙ୍କ ର ନାମ ଲିଷ୍ଟ ଭାଇରଲ ହେବା ଟେଣ୍ଡର ଫିକ୍ସିଂ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ଏବଂ ଟେଣ୍ଡର ଓପନ ହେଲେ ତାଲିକାରେ ଥିବା ଠିକାଦାର କାମ ପାଇବେ । ଏହିଭଳି ଘଟଣା କୁ ନେଇ 5T ର ସ୍ୱଚ୍ଛତା କୁ ନେଇ ସାଧାରଣ ରେ ପ୍ରଶ୍ନ ଉଠୁଛି ।