ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ପୁନର୍ଗଠନ :କିଏ ହେବେ ନୂଆ ମନ୍ତ୍ରୀ ? ଚର୍ଚ୍ଚାରେ ଗଞ୍ଜାମର ୩ ବିଧାୟକ…


ଭୁବନେଶ୍ୱର : ଆସନ୍ତା କାଲି (ସମବାର ) ହେବ ମନ୍ତ୍ରୀମଣ୍ଡଳର ପୁର୍ନଗଠନ । ସୋମବାର ସକାଳେ ଲୋକସେବା ଭବନରେ ହେବ ଶପଥଗ୍ରହଣ ଉତ୍ସବ ହେବ । ଏପଟେ କେଉଁ କେଉଁ ମନ୍ତ୍ରୀ ଶପଥ ନେବେ ଓ କାହାର ବିଭାଗ ବଦଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗତ ଶୁକ୍ରବାର ଦିନ ମନ୍ତ୍ରୀମଣ୍ଡଳରୁ ସମୀର ଦାସ ଓ ଶ୍ରୀକାନ୍ତ ସାହୁ, ଏବଂ ବିକ୍ରମ କେଶରୀ ଆରୁଖୁ ଇସ୍ତଫା ଦେଇଥିଲେ ।

ଏହାପରେ ମନ୍ତ୍ରୀମଣ୍ଡଳ ପୁର୍ନଗଠନ ହେବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ରାଜ୍ୟପାଳ ଛୁଟିରେ ଥିବାରୁ ସେ ଆସିବା ପରେ ମନ୍ତ୍ରୀମଣ୍ଡଳ ପୁର୍ନଗଠନ ହୋଇ ପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡି ଥିଲା । ଗଣେଶୀଲାଲ ଆଜି ଭୁବନେଶ୍ୱର ଫେରିଛନ୍ତି ଯାହାକି ସୋମବାର ସକାଳେ ମନ୍ତ୍ରିମଣ୍ଡଳ ପୁର୍ନଗଠନ ହେବାକୁ ନେଇ ଆଶା ଉଜ୍ଜଳ ହୋଇଛି । ଆଗାମୀ ବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଏହାହେଉଛି ଶେଷ ମନ୍ତ୍ରିମଣ୍ଡଳ ପୁର୍ନଗଠନ ।

କିଏ କିଏ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି ତାହାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି ସେଥି ମଧ୍ୟରୁ ଦୀପାଳି ଦାସ , ଲତିକା ପ୍ରଧାନ, ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ ଓ ସୁଶାନ୍ତ ସିଂଙ୍କ ନାଁ ଚର୍ଚ୍ଚାରେ ରହିଛି । ଦୀପାଳି ଦାସ ଝାରସୁଗୁଡାର ବିଧାୟିକା ଭାବେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି l ନବ ଦାସ ପରେ ତାଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା କରାଯାଉଛି । ଦକ୍ଷିଣ ଓଡିଶା କୁ କଣ ଏଥର ବି କଣ ଅଣ ଦେଖା କରାଯିବ ଯାହାକୁ ନେଇ ପ୍ରଶ୍ନ ଉଠିଲାଣି

ସେହିଭଳି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗରରୁ ବିଧାୟିକା ଲତିକା ପ୍ରଧାନ ଙ୍କ ନାମ ମଧ୍ୟ ଖୁବ ଚର୍ଚ୍ଚା ରେ ରହିଛି । ଗଞ୍ଜାମ ଜିଲ୍ଲା ଭଂଜନଗରରୁ ୬ ଥର ବିଧାୟକ ହୋଇଥିବା ତଥା ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖଙ୍କ ନାଁ ବି ଚର୍ଚ୍ଚାରେ ରହିଛି ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମଧ୍ୟ ଚର୍ଚ୍ଚା ରେ ଥିବା ବିଶେଷ ସୂତ୍ରରୁ ଖବର ମିଳୁଛି । ପଶ୍ଚିମ ଓଡିଶାର ଦୁଇଜଣ ଟାଣୁଆ ନେତା ଶାରଦା ନାୟକ ଓ ସୁଶାନ୍ତ ସିଂଙ୍କୁ ବି ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ବିକ୍ରମ ଆରୁଖୁଙ୍କ ପରେ

ପରବର୍ତ୍ତୀ ବାଚସ୍ପତି କିଏ ହେବ ସେ ନେଇ ମଧ୍ୟ ଅଙ୍କକଷା ଚାଲିଛି । କିଏ ହୋଇପାରନ୍ତି ବାଚସ୍ପତି ? ଚର୍ଚ୍ଚାରେ ଅଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର, ଅମର ଶତପଥୀ ଓ ପ୍ରଫୁଲ୍ଲ ସାମଲ । ଦେବୀ ମିଶ୍ରଙ୍କ ନାଁ ବାଚସ୍ପତି ରେସରେ ଚର୍ଚ୍ଚାରେ ଅଛି । ବଡମ୍ବାରୁ ବିଧାୟକ ଥିବା ଦେବୀ ମିଶ୍ର ପୂର୍ବରୁ ମନ୍ତ୍ରୀ ରହିସାରିଛନ୍ତି । ସେ ଜଣେ ବିଜ୍ଞ ବ୍ୟକ୍ତିତ୍ୱ ତେଣୁ ସେ ବାଚସ୍ପତି ହେବା ପ୍ରାୟ ନିଶ୍ଚିନ୍ତ କହିଲେ ଭୁଲ ହେବ ନାହିଁ l

ସେହିଭଳି ବଡଚଣାରୁ ବିଧାୟକ ଥିବା ଅମର ଶତପଥୀ ବିଜେଡିର ଜଣେ ବରିଷ୍ଠ ନେତା । ସେ ମଧ୍ୟ ପୂର୍ବରୁ ମନ୍ତ୍ରୀ ଓ ବିଜେଡି ବିଧାୟକ ଦଳର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିସାରିଛନ୍ତି । ସେହିଭଳି ବିଜେଡିରେ ଆଉ ଜଣେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ୧୯୯୦ରୁ ବର୍ତ୍ତମାନ ସୁଦ୍ଧା ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇସାରିଲେଣି । ଭଦ୍ରକରୁ ୩ଥର ନିର୍ବାଚିତ ହୋଇଥିବାବେଳେ ଭଣ୍ଡାରୀପୋଖରୀରୁ ୩ ଥର ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନ ସେ ଭଣ୍ଡାରୀ ପୋଖରୀରୁ ବିଧାୟକ ଅଛନ୍ତି । ରାଜ୍ୟ ମନ୍ତ୍ରିମଣ୍ଡଳର ବି ପ୍ରତିନିଧିତ୍ୱ କରିସାରିଛନ୍ତି । ତେଣୁ ଏମାନେ ବି ବାଚସ୍ପତି ଦୌଡ଼ ରେ ରହିଛନ୍ତି l ସୂଚନା ଥାଉକି ହୁଏତ ଏହି ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପରେ ବିଜେଡି ରେ ଥିବା ଅନ୍ତ ଦ୍ୱନ୍ଦ ପଦାରେ ପଡ଼ି ପାରେ କାରଣ ଆଗକୁ ଅଛି ସାଧାରଣ ନିର୍ବାଚନ, କିଛି ଆଶାୟୀ ବିଧାୟକ ମନ୍ତ୍ରୀ ପଦ ନପାଇଲେ କିମ୍ବା କୋଣ ଠେସା ବିଧାୟକ ମାନେ ମେଳି ବାନ୍ଧିବା ସହ ଆଗାମୀ ସାଧାରଣ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ ପଛଘୁଞ୍ଚା ଦେବେ ନାହିଁ ଯାହାକୁ ନେଇ ଦଳରେ ଏକ ବଡ ଧରଣର ବିସ୍ପୋରଣ ହୋଇ ପାରେ ବୋଲି ଆଶା କରା ଯାଉଛି l ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନକୁ ନେଇ ବରିଷ୍ଠ ରାଜନୈତିକ ଗବେଷକ, ବରିଷ୍ଠ ସମ୍ବଦିକ, ଓକିଲ, ଓ ରାଜ୍ୟର ବୁଦ୍ଧି ଜୀବି ମାନେ ଏହାକୁ ଅତି ହାଲକା ଭାବରେ ଟିପଣୀ ଦେଉଥିବା ଦେଖା ଯାଉଛି କାରଣ ବିଗତ କିଛି ବର୍ଷ ହେଲା ମନ୍ତ୍ରୀ ମାନଙ୍କ ଭୂମିକା କଣ ରାଜ୍ୟ ବାସୀ ଜାଣି ଗଲେଣି ତେଣୁ ମନ୍ତ୍ରିମଣ୍ଡଳର ପୁନର୍ଗଠନକୁ ନେଇ ଆଉ ଉତ୍ସାହ ନାହିଁ ଏହା ଏକ ଥଇଥାନ ବ୍ୟବସ୍ଥା ଓ ମାନସ ଭଞ୍ଜନ କହିଲେ କିଛି ଭୁଲ ହେବ ନାହିଁ

nis-ad
Leave A Reply

Your email address will not be published.