ରାଜ୍ୟପାଳଙ୍କ ଆଦିଭୂମି ବଣ୍ଡା ଭୂମି ସୀତାକୁଣ୍ଡ ତୀର୍ଥସ୍ଥଳୀ ଗସ୍ତ

ମାଲକାନଗିରି : ମାଲକାନଗିରି ଖଇରପୁଟ, ରାଷ୍ଟ୍ରୀୟ କବି ସଂଗମ, ନୂଆଦିଲ୍ଲୀ ଆନୁକୂଲ୍ୟରେ ମାଲକାନଗିରି ଜିଲ୍ଲା ଶାଖା (ଓଡିଶା)ପକ୍ଷରୁ ଆୟୋଜିତ ରାମ ବନଗମନ ଆଧ୍ୟାତ୍ମିକ ଯାତ୍ରା ପରିପ୍ରେକ୍ଷୀରେ ଆଦିବାସୀ ଆଦିଭୂମି ମାଲକାନଗିରି ମାଟି ର ପବିତ୍ର ଭୂମି ମୁଦୁଲିପଡ଼ାର ସୀତାକୁଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି ।
ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସଂଯୋଜକ ଯୁବ କବି ତଥା ସାହିତ୍ୟିକ ବଳରାମ ପୂଜାରୀ ଓ ସହ ସଂଯୋଜକ ଭଗବାନ ସାହୁ କଂ ଆବାହନୀ ରେ ଆୟୋଜିତ ଏହି ମହାର୍ଘ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଓଡିଶାର ମହାମହିମ ରାଜ୍ୟପାଳ ଶ୍ରୀ ଯୁକ୍ତ ପ୍ରଫେସର ଗଣେଶୀ ଲାଲ୍ ମହୋଦୟ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଆଦିଭୂମି ବଣ୍ଡା ପର୍ବତ ଓ ବଣ୍ଡା ଜନଜାତି ର ଜନସାଧାରଣଙ୍କ ଉନ୍ନତି ଓ ପବିତ୍ର ସୀତାକୁଣ୍ଡ ତୀର୍ଥ ସ୍ଥଳୀ ର ଉନ୍ନତି ନିମନ୍ତେ ଆହ୍ୱାନ ଦେଇଥିଲେ ।ରାଷ୍ଟ୍ରୀୟ କବି ସଂଗମ ର ସମସ୍ତ କବି,ସାହିତ୍ୟିକ ତଥା କର୍ମକର୍ତ୍ତାଙ୍କ ସହ ମାଲକାନଗିରି ର ଶହ ଶହ ଭକ୍ତ ଯୋଗଦାନ କରିଥିଲେ ।

ଆଧ୍ୟାତ୍ମିକ ମଞ୍ଚ ରେ ସଭାପତି ଭାବେ ଶ୍ରୀ ଜଗଦୀଶ ମିତ୍ତଲ,ରାଷ୍ଟ୍ରୀୟ ଅଧ୍ୟକ୍ଷ, ସମ୍ମାନନୀୟ ଅତିଥି ଭାବେ ବଣ୍ଡା ଜନଜାତି କଂ ସଭାପତି ସୁରେନ୍ଦ୍ର ନାୟକ, ମହେଶ ଜୀ ,ଗଜାନଂଦ ଜୀ,ତଥା ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ଯୋଗ ଦେଇ ଥିଲେ ।ଅବିଭକ୍ତ କୋରାପୁଟ ଜିଲ୍ଲାର ସଂଯୋଜକ ମୟକଂ ଅଗ୍ରୱାଲ୍ ଓ ସହ ସଂଯୋଜକ ସବ୍ୟସାଚୀ ବିଶୋୟୀ ତଥା ପୁଷ୍ପା ସିଂହ କଂ ତତ୍ୱାବଧାନରେ ସଭାରେ ରାଷ୍ଟ୍ରୀୟ କବି ସଂଗମ ତରଫରୁ ରାଜ୍ୟପାଳ କୁଂ ସଂବର୍ଧିତ କରାଯାଇଥିଲା ।ମାଲକାନଗିରି ଆଦିଭୂମି ରୁ ଜିଲ୍ଲା ସଂଯୋଜକ ଶ୍ରୀ ପୂଜାରୀ, ସହ ସଂଯୋଜକ ଶ୍ରୀ ସାହୁ ତଥା ଖଇରପୁଟ ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ବିଘ୍ନ କୀର୍ଷାନୀ ଓ ବଣ୍ଡା ଭଉଣୀ ମାନଙ୍କ ତରଫରୁ ସ୍ମୃତି ସନ୍ତକ ଉପହାର ପ୍ରଦାନ କରିଥିଲେ ।ମହାମହିମ ରାଜ୍ୟପାଳ ପବିତ୍ର ସୀତାକୁଣ୍ଡରୁ ପବିତ୍ର ଜଳ ସଂଗୃହୀତ କରି ରାମ ରଥ ପୂଜାଅର୍ଚନା କରି ଅଯୋଧ୍ୟା କୁ ପ୍ରେରଣ କରିଥିଲେ ।ମୁଦୁଲିପଡ଼ାର ସୀତାକୁଣ୍ଡ ଓ ରାମ ମନ୍ଦିର ରେ ପୂଜାର୍ଚ୍ଚନା ପରେ ରାଜ୍ୟପାଳ ସାଧାରଣ ଆଧ୍ୟାତ୍ମିକ ସଭାରେ ଯୋଗ ଦେଇ ସୀତାମାତାକଂ ଭଳି ପୋଷାକ ଓ ଅଳଂକାର ପରିଧାନ କରିବା ସହ ନିଜ ସଂସ୍କୃତି ଓ ପରଂପରା ର ଅସ୍ମିତା କୁ ଉଜ୍ଜୀବିତ ରଖିବା ପାଇଁ ଆହ୍ୱାନ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ସର୍ବ ଶ୍ରୀ ଚନ୍ଦ୍ରମା ବାଲିଆ,ଭଗବାନ ଭତ୍ରା,କୁମୁଦ ପଟ୍ଟନାୟକ, ମୟକଂ ଅଗ୍ରୱାଲ୍, ସବ୍ଯସାଚୀ ବିଶୋୟୀ, ସ୍ୱର୍ଗୀୟ ଲକ୍ଷ୍ମଣ ମାନ୍ଦ୍ରା, ବଳରାମ ପୂଜାରୀ, ଭଗବାନ ସାହୁ, ସମା ଭାଇ,ବରୁଣ ଜୈନ ,ଆନନ୍ଦ ଚାର୍କୀ, ଜଗନ୍ନାଥ ମାଝୀ କୁଂ ମହାମହିମ ରାଜ୍ୟପାଳ ସଂବର୍ଧିତ କରିଥିଲେ ।ଯୁବ ଭକ୍ତ ଶ୍ରୀ ଜଗନ୍ନାଥ ଜେନା କଂ ଅପୂର୍ବ ରାମଭକ୍ତି ନିମନ୍ତେ ତାଙ୍କୁ ମୁଦୁଲିପଡ଼ାର ସୀତାକୁଣ୍ଡରୁ ସଂବର୍ଧିତ କରାଯାଇଥିଲା ।ପବିତ୍ର ଦୟଣା ଶ୍ରୀ କ୍ଷେତ୍ର ଶ୍ରୀ ପେଟା ରୁ ସର୍ବ ଶ୍ରୀ ବିଜୟ କୁମାର ପଣ୍ଡା, ସହଦେବ ଶିଶା, ଯୁଗଳ କିଶୋର ସ୍ୱାଇଁ,ସନା ଭାଇ ଓ ଅନ୍ୟାନ୍ୟ ଭକ୍ତ ଜଗନ୍ନାଥ କଂ ଖଣ୍ଡୁଆ ପାଟ୍ଟ ତଥା ଆଜ୍ଞାମାଳ ମହାମହିମ ରାଜ୍ୟପାଳ କୁଂ ଅର୍ପଣ କରି ପବିତ୍ର ଦୟଣା ଶ୍ରୀ କ୍ଷେତ୍ର କୁ ଆସିବା ପାଇଁ ନିମନ୍ତ୍ରଣ ଜଣାଇଥିଲେ ।

ପରେ ସମସ୍ତ ଭକ୍ତ ମାନଙ୍କ ନିମନ୍ତେ ଜଗନ୍ନାଥ କଂ ଅନ୍ନପ୍ରସାଦ ରାଷ୍ଟ୍ରିୟ କବି ସଂଗମ ଓଡିଶା ତରଫରୁ ଅର୍ପଣ କରାଯାଇଥିଲା ।ଅଶୋକ ବାଟିକା ଶ୍ରୀଲଂକା ରୁ ମହାଶିବରାତ୍ରୀ ରେ ବାହାରିଥିବା ରାମ ବନଗମନ ଯାତ୍ରା ରଥ ସୁକୁମା ଆଡୁ ମାଲକାନଗିରି ପ୍ରବେଶପଥ ଦେଇ କତାମେଟା ରୁ ସିରିପେଟା ଜଗନ୍ନାଥ ମନ୍ଦିର ରେ ପହଞ୍ଚିଥିଲା ।ଉକ୍ତ ରଥ କୁ କୁଡୁମୁଲୁଗୁମ୍ମା, ଖଇରପୁଟ ଠାରେ ଭକ୍ତ ଜନକଂ ତରଫରୁ ସ୍ୱାଗତ ସଂବର୍ଧନା କରି ବଣ୍ଡା ପର୍ବତ ମୁଦୁଲିପଡ଼ାର ସୀତାକୁଣ୍ଡ କୁ ଯାଇଥିଲା ।ସେଠାରେ ରାଜ୍ୟପାଳ ରଥରେ ଚଳନ୍ତି ପ୍ରତିମୂର୍ତ୍ତି ଭଗବାନ ରାମ ,ଲକ୍ଷ୍ମଣ ଓ ସୀତା ମାତାଙ୍କ ପୂଜାର୍ଚନା କରିଥିଲେ ।ଶେଷରେ ମାଲକାନଗିରି ଜିଲ୍ଲା ସଂଯୋଜକ ଶ୍ରୀ ବଳରାମ ପୂଜାରୀ ସହଯୋଗ ନିମନ୍ତେ, ଜିଲ୍ଲା ପ୍ରଶାସନ, ମାଲକାନଗିରି, ଜିଲ୍ଲା ପୋଲିସ୍ ପ୍ରଶାସନ ,ମାଲକାନଗିରି, ଏସଡିପିଓ ଚିତ୍ରକୋଣ୍ଡା, ଆଇଆଇସି ମୁଦୁଲିପଡ଼ା,ବ୍ଲକ ପ୍ରଶାସନ ଖଇରପୁଟ, ତହସିଲଦାର, ଖଇରପୁଟ, ବିଏସ ଏଫ୍ ବାଟାଲିଆନ୍, ମୁଦୁଲିପଡ଼ା ,ବଣ୍ଡା ଉନ୍ନୟନ ଅଧିକାରୀ, ମୁଦୁଲିପଡ଼ା ଓ ମାଲକାନଗିରି ଜିଲ୍ଲାର ର ସମସ୍ତ ସାମ୍ବାଦିକ ବଂଧୁ ମାନଙ୍କୁ ଭୂମିଷ୍ଟ ପ୍ରଣାମ ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।ସର୍ବ ଶେଷରେ ମହାମହିମ ରାଜ୍ୟପାଳ ମାଲକାନଗିରି ମାଟି ର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ୍ ଅର୍ପଣ କରି ମୁଦୁଲିପଡ଼ାର ବିଏସ ଏଫ୍ କ୍ୟାମ୍ପ ଠାରୁ ହେଲିକେପ୍ଟର ଯୋଗେ ରାଜଭବନ ପ୍ରତ୍ୟାବର୍ତ୍ତନ କରିଥିଲେ ।

nis-ad
Leave A Reply

Your email address will not be published.