ଜନବହୁଳ ପୃଥିବୀ ଜଳ ବିହୁନ ନ ହେଉ !

ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ

ଆମ ପାଇଁ ସମୟ ର ଆହ୍ବାନ । ଜଳ କ୍ଲିଷ୍ଟ ଜୀବନ ସମ୍ପର୍କ ରେଦୈନିକ ଦୁନିଆ ରେ ଜଳ ଅଭାବ ଜନିତ ଅନେକ ଙ୍କ କାହାଣୀ ଶୁଣି ଆସୁଛି। ବିଶୁଦ୍ଧ ଜଳ ପାଇଁ ସଂଘର୍ଷ ଲାଗି ପୃଥିବୀ ବାସୀ ଙ୍କ ପାଇଁ ଅନେକ ଆହ୍ବାନ ଆଗକୁ ଆସିବା ସଂକେତ ମିଳିଲାଣି। ଜନ ବହୁଳ ଦୁନିଆ ଜଳ ବିହୁନେ ଜୀବନ ଆଡ଼କୁ ମୁହଁ କରି ଚାଲୁଛି। ଆମେ ସଭ୍ୟ ଅନେକ ଜ୍ଞାନ କୌଶଳ ବିକାଶର କଥା କହି ଆସୁଥିବା ସମୟରେ ମୌଳିକ ସମସ୍ୟା ଭିତରେ କ୍ରମଶଃ ଛନ୍ଦି ହୋଇଗଲାଣି ଜୀବନ। ଜଳ ଅଭାବ ରୁ ମୁକୁଳିବା ଆଉ ସମ୍ଭବ ନୁହେଁ। କୋଟି କୋଟି ମଣିଷ ପାଇଁ ଜଳ ସଙ୍କଟ ଅତି ସାଙ୍ଘାତିକ ରୂପ ଧାରଣ ନେବ ଯଦି ଜଳ ସଂରକ୍ଷଣ ପାଇଁ ସଚେତନ ନ ହେବା । ଜଳ ସଂରକ୍ଷଣ ପାଇଁ ଉପାୟ ଉପରେ ଅଧ୍ୟୟନ କରି ଲବର୍ଷା ଜଳ ସଂରକ୍ଷଣ ପାଇଁ ଆବଶ୍ୟକ ବୈଷୟିକ ଜ୍ଞାନ କୌଶଳ ବିକାଶର ମହାଅଭିଯାନ ଆରଂଭ ହେବା ପାଇଁ ଆନ୍ତରିକ ଉଦ୍ୟମ ଆବଶ୍ୟକ। ନୋହିଲେ ବିପୁଳ ଅର୍ଥ ବିନିମୟରେ ଆକାଶ କୁ ଛୁଇଁଲା ପରି ଅଟ୍ଟାଳିକା ରେ ରହି ମଣିଷ ପାଇଁ ସ୍ବପ୍ନ ପାଲଟି ଯିବ ବିଶୁଦ୍ଧ ଜଳ।ବଡ଼ ବଡ଼ କୋଠା ଥିବ କିନ୍ତୁ ନ ଥିବ ବିଶୁଦ୍ଧ ଜଳ।ଜଳ ଅଭାବ ବୋଧ ମୋର ଜୀବନ ରେ ମଧ୍ଯ ଅନେକ ଦେଖି ଆସୁଛି। ଆମେ ଶିକ୍ଷା ଦୀକ୍ଷା ପଦ ଓ ପଦବୀ ପ୍ରତିଷ୍ଠା ସମ୍ମାନ ଭିତରେ ଥାଇ ଯେଉଁ ଜଳ ଅଭାବ ଭାର ରେ ଭାରାକ୍ରାନ୍ତ ସମୟ ଦେଉଚି ଶିକ୍ଷା ଯେ ବେଳ ଥାଉଁ ଥାଉଁ ସାବଧାନ ହେବା କୁ ପଡିବ।ଆମେ ପ୍ରଚୁର୍ଯ୍ୟ ବୈଭବ ସଂପନ୍ନ ସମୃଦ୍ଧ ଜୀବନ ଭିତରେ ଯେଉଁ ଦୁଃଖ ଓ ଦୁର୍ଦ୍ଦଶା ର କାରଣ ଜଳ ସଙ୍କଟ ଭିତରେ ଜୀବନ ଗଢୁ ସେ ବିଷୟ ପ୍ରତି ନିଜେ ସଚେତନ ରହି ଅନ୍ୟକୁ ସଚେତନ କରାଇବା ନିହାତି ଆବଶ୍ଯକ। ଆଜି ବିଶ୍ୱ ଜଳ ଦିବସ ପାଳନ କେବଳ କିଛି ସନ୍ଦେଶ କିଛି ବିଚାର ରେ ସୀମିତ ନ ରହୁ।ବହିଗଲା ଜଳ ଫେରାଇ ଆଣିବା ହୁଏତ ସମ୍ଭବ ନୁହଁ କିନ୍ତୁ ବହିବା ପାଇଁ ଜଳକୁ ନ ଦେଇ ଉନ୍ନତ ବନ୍ଧ କରିବା ଆବଶ୍ଯକ। ନଦୀ ନଦୀ ମଧ୍ଯରେ ସଂଯୋଗ ପାଇଁ ଯୋଜନା କରି ଦୂରଦୃଷ୍ଟି ସଂପନ୍ନ ଚିନ୍ତା କରି ଆଗାମୀ ଦିନ ର ବଂଶ ଧର ଙ୍କ ପାଇଁ ଜଳ ମହଜୁଦ ରଖିବା ଉପାୟ ଗୁରୁତ୍ବ ଦେବାକୁ ପଡିବ। ସଂପ୍ରତି ମଣିଷ ଭୌତିକ ଜୀବନ ଯାପନ ପ୍ରଣାଳୀ ପ୍ରତି ଯେତିକି ଗୁରୁତ୍ବ ଦେବାକୁ ବ୍ୟାକୁଳ ମୌଳିକ ବିଶୁଦ୍ଧ ପାଣି ପ୍ରଦୂଷଣ ମୁକ୍ତ ପବନ ପାଇଁ ଯଦି ଯତ୍ନଶୀଳ ନ ହୁଏ ସବୁ ଥାଇ ମଣିଷ ଜୀବନ ଯେ ଦୁର୍ବିସହ ହେବ ଦ୍ବିମତ ନାହିଁ। ଆଜି ବିଶ୍ବ ଜଳ ଦିବସର ସଂକଳ୍ପ ହେଉ ଜଳ ସଂରକ୍ଷଣ ଏହି ଅନୁଚିନ୍ତା ସହିତ ମୁଁ ସମସ୍ତ ଙ୍କୁ ନିବେଦନ କରି କହିବା ପାଇଁ ଚାହେଁ ଜଳ କୁ ନଷ୍ଟ କରିବା ପାଇଁ ନ ଦେଇ ଜଳ ସଂରକ୍ଷଣ ପାଇଁ ସଂକଳ୍ପବଦ୍ଧ ହୋଇ ପ୍ରୟାସ କରିବା

ନିବାରିଣୀ ଆୟୁର୍ବେଦ ଚିକିତ୍ସା କେନ୍ଦ୍ର
ବ୍ରହ୍ମପୁର ୮୮୪୭୮୦୯୫୩୪

nis-ad
Leave A Reply

Your email address will not be published.