ଆୟୋଡିନ ଅଭାବ ଜନିତ ରୋଗର ଜିଲ୍ଲାସ୍ତରୀୟ କର୍ମଶାଳା


ଫୁଲବାଣୀ : ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଆର ଓ ନିଉଷ୍ଟେସନ ଇଣ୍ଟେରନେସନାଲ ତଥା ବିଶ୍ୱ ନେଟୱର୍କ ଓଡ଼ିଶାର ମିଳିତ ସହାୟତାରେ କନ୍ଧମାଳ ସ୍ଥିତ ଜିଲ୍ଲା ପରିଷଦ ଭବନ ଠାରେ ଆୟୋଡିନ ଅଭାବ ଜନିତ ରୋଗର ଜିଲ୍ଲା ସ୍ଥରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ମନୋଜ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆୟୋଡିନ ଅଭାଵ ରୋଗର ନିରାକରଣ ଏବଂ ସମାଧାନ ଉପରେ ଆଲୋଚନା କରିଥିଲେ।ଏଥିରେ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସ୍ୱାଗତ ଭାଷଣ ଦେଇଥିଲେ।

ଏଥିରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ମଂଜୁଲା ପ୍ରଧାନ ସରକାରଙ୍କର ଆୟୋଡିନ ଅଭାବ ଜନିତ ରୋଗର କାରଣ ଉପରେ ଆଲୋକପାତ କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ କୁ କିପରି ସଫଳ କରାଯିବ ସେଥିପ୍ରତି ଦୃଷ୍ଟି ପାତ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କର କାର୍ଯ୍ୟକର୍ତା ଅଶୋକ କୁମାର ପାତ୍ର,ସେହିପରି ସାଧାରଣ ସମ୍ପାଦକ କଲ୍ୟାଣିର ରାଜଲଷ୍ମୀ ସାହୁ ସାଧାରଣ ଖାଉଟି କିପରି ଭାବରେ ଆୟୋଡିନ ଯୁକ୍ତ ଲବଣ କିପରି ଗ୍ରାହକ ମାନେ ପାଇ ପାରିବେ ଧ୍ୟାନ ଦେବା ଦରକାର ଏବଂ ସଠିକ ଚୟନ ଗୁଣବତ୍ତା ବା ଉତ୍ତମ ମାନର ଜିନିଷ ପ୍ରତି ନ୍ୟାୟ ପାଇବା ଦରକାର ବୋଲି କହିଥିଲେ।,ବରିଷ୍ଠ ଆଇନଜୀବୀ ଵିଜୟ କୃଷ୍ଣ ପଟ୍ଟନାୟକ, ଭି ଭି ରାମଦାସ,କନ୍ଧମାଳ ନର୍ସିଂ କଲେଜର ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ।ଏହି ସଭାରେ ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ। ଶେଷରେ ରଶ୍ମିତା ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଗଦାଧର ବେହେରା ଏବଂ ମିତ୍ରଭାନୁ ମଲ୍ଲିକ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.