୧୨-୧୪ ବର୍ଷ ପିଲାଙ୍କୁ ୧୬ରୁ ଟିକା

ଫୁଲବାଣୀ : ସୂଚନାଯୋଗ୍ୟ ଚଳିତବର୍ଷ ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ କୋଭିଡ୍ ଟିକା ଦିଆଯାଉଛି। ଦେଶରେ ଏହି ବୟସ ବର୍ଗର ପ୍ରାୟ ଆସନ୍ତାକାଲି ୧୬ ମାର୍ଚ୍ଚ ୨୦୨୨ରୁ (ବୁଧବାର) ଦେଶରେ ୧୨ରୁ ୧୪ ବର୍ଷ ବୟସର ବର୍ଗର ପିଲାଙ୍କୁ କୋଭିଡ୍ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ସୋମବାର ଘୋଷଣା କରିଛନ୍ତି। ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ସହ ବିସ୍ତ୍ରୁତ ଆଲୋଚନା କରିବାପରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡ୍ୟା କହିଛନ୍ତି। ୨୦୦୮, ୨୦୦୯ ଓ ୨୦୧୦ରେ ଜନ୍ମଗ୍ରହଣ କରିଥିବା ପିଲାମାନେ ଟିକା ନେବାକୁ ଯୋଗ୍ୟ ବିବେଚିତ ହେବେ ବୋଲି କୁହାଯାଇଛି। ଅର୍ଥାତ ଆସନ୍ତା କାଲି ତଥା ପ୍ରଥମ ପର୍ଯ୍ୟାୟ ରେ ଏହା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଟୀକା କରଣ କେନ୍ଦ୍ରରେ ଆରମ୍ଭ ହେବ ଏବଂ ପରେ ସମସ୍ତ ବ୍ଲକ୍ ସ୍ତରୀୟ ଟୀକାକରଣ କେନ୍ଦ୍ର ବିଶେଷ କରି ସ୍କୁଲ୍ ମାନଙ୍କରେ ଦିଆ ହେବ। ଏଥିପାଇଁ ସେହି ପିଲାର ବୟସ ୧୫ ମାର୍ଚ୍ଚ ୨୦୧୦ ପୂର୍ବରୁ ହେବ ଅତ୍ୟାବଶ୍ୟକ। ଏହି ବର୍ଗ ର ପିଲା ମାନଙ୍କ ପାଇଁ ୨୦୨୨ ମାର୍ଚ୍ଚ ୧୬ ସୁଦ୍ଧା ଏମାନଙ୍କ ବୟସ ୧୨ ବର୍ଷରୁ ଅଧିକ ହୋଇଥିବା ଜରୁରୀ । ଏହି ବର୍ଗର ପିଲା ମାନଙ୍କ ପାଇଁ ପାଇଁ ହାଇଦ୍ରାବାଦସ୍ଥିତ ବାୟୋଲଜିକାଲ ଇଭାନ୍ସ କମ୍ପାନୀ ଦ୍ବାରା ପ୍ରସ୍ତୁତ ‘କୋର୍ବିଭା’ ଟିକା କରାଯିବ ବୋଲି ଜଣାପଡିଛି। ପ୍ରଥମ ଟୀକା ର ୨୮ ଦିନ ପରେ ଦ୍ୱିତୀୟ ମାତ୍ରା ଟୀକା ଦିଆ ହେବ।ଏହା ସହିତ ସମସ୍ତ ୬୦ ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତି ମାନଙ୍କୁ ତୃତୀୟ ଟୀକା କରଣର ବ୍ୟବସ୍ଥା ବି ହେଇଛି। ପୂର୍ବରୁ ଏହା କେବଳ ରୋଗ ଲକ୍ଷଣ ଥିବା ବ୍ୟକ୍ତି ହିଁ ଦିଆ ହେଉଥିଲା।ଏହି ସେବା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ସମିତି, କନ୍ଧମାଳଙ୍କ ଜରିଆରେ ଆୟୋଜିତ ହେଉଅଛି ବୋଲି ସୂଚନା ମିଳିଛି।

nis-ad
Leave A Reply

Your email address will not be published.