କୋରୁକୋଣ୍ଡାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵସ୍ଥତା ଓ ପରିମଳ ସଚେତନା ଅଭିଯାନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୋଗୁରୁକୋଣ୍ଡା ଗ୍ରାମରେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ସଂରକ୍ଷଣ ସ୍ଵସ୍ଥତା ଓ ପରିମଳ ସଚେତନା ରାଲ୍ଲୀ ସ୍ଥାନୀୟ ସ୍କୁଲ ପିଲା ଙ୍କୁ ନେଇ ଆୟୋଜିତ ହୋଇ ଯାଇଛି । ଗ୍ରାମରେ ବିଭିନ୍ନ ନଳକୂପ ପାରିପାର୍ଶ୍ବିକ ଓ ରାସ୍ତାକୁ ପରିସ୍କାର ରଖିବା ସହ ପରିବେଶ ପରିମଳ ସୁଦ୍ଧ ଓ ନିର୍ମଳ ରହିଲେ ସମାଜ ତଥା ଜନସାଧାରଣ ସୁସ୍ଥ ରହିବେ ବୋଲି ସ୍କୁଲ ଛାତ୍ର ଛାତ୍ରୀ, ଶିକ୍ଷକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ ମାନେ ଉପଦେଶମାନ ଦେବା ସହ ଗ୍ରାମରେ ରାଲୀରେ ପରିକ୍ରମା କରିଥିଲେ ।

ଆଜିର ଏହି ରାଲ୍ଲୀରେ ପୋଗୁରୁକୋଣ୍ଡା ସ୍କୁଲର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମଣ୍ଡଳ, ଶିକ୍ଷକ ଉପେନ୍ଦ୍ର କୁମାର ବେହେରା କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଜ୍ଞାନପ୍ରକାଶ ମିଶ୍ର ଏ ଏନ ଏମ ରାଜଶ୍ରୀ ଚାଟାର୍ଜୀ ଏବଂ ସୃଷ୍ଟି ଏନଜିଓ କର୍ମକର୍ତ୍ତା ସୁବ୍ରତ ସ୍ୱାଇଁ ଯୋଗଦେଇ ଥିଲେ ।

nis-ad
Leave A Reply

Your email address will not be published.