CMC ପାଇଁ ଗିରିବାଳା ବେହେରା ହେଲେ କଂଗ୍ରେସର ମେୟର ପ୍ରାର୍ଥୀ

ଭୁବନେଶ୍ବର: କଟକ ନଗର କଂଗ୍ରେସର ସଭାପତି ଗିରିବାଳା ବେହେରା ହେଲେ କଂଗ୍ରେସର ମେୟର ପ୍ରାର୍ଥୀ । କଂଗ୍ରେସ ଭବନରେ ତାଙ୍କ ନାମରେ ଚୂଡ଼ାନ୍ତ ମୋହର ମାରିଲା କଂଗ୍ରେସ ।

ଏହାପୂର୍ବରୁ ପୌର ନିର୍ବାଚନ ନେଇ କଂଗ୍ରେସ ମାନସ ମନ୍ଥନ କରିଥିଲା । ବୁଧବାର କଂଗ୍ରେସର କୋର କମିଟି ବୈଠକ ବସିଥିଲା ।ଗିରିବାଳା ବେହେରା ହେଲେ କଂଗ୍ରେସର ମେୟର ପ୍ରାର୍ଥୀ

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୌର ନିର୍ବାଚନ, ମେୟର ଏବଂ କର୍ପୋରେଟର ପ୍ରାର୍ଥୀ ନେଇ ଆଲୋଚନା ହୋଇଥିଲା । ଏଥିରେ କଟକ ନଗର କଂଗ୍ରେସର ସଭାପତି ଗିରିବାଳା ବେହେରାଙ୍କୁ ମେୟର ପ୍ରାର୍ଥୀ କରିବାକୁ ସ୍ଥିର କରାଯାଇଥିଲା । ଏହାସହ କଟକ ମହାନଗର ସମସ୍ତ କର୍ପୋରେଟର ପ୍ରାର୍ଥୀ ମଧ୍ୟ ଚୂଡ଼ାନ୍ତ କରିଛି କଂଗ୍ରେସ । ଏହି ବୈଠକରେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ, ବିଧାୟକ ସନ୍ତୋଷ ସିଂ ସାଳୁଜା ଓ ରମେଶ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଆଶାନୁରୂପ ପ୍ରଦର୍ଶନ କରି ପାରନାହିଁ । ତେବେ ପଞ୍ଚାୟତ ଫଳାଫଳର କୌଣସି ପ୍ରଭାବ ପୌର ଉପରେ ପଡ଼ିବନି ବୋଲି କହିଛନ୍ତି ନେତାଏ । ଏଥିପାଇଁ ନୂଆ ରଣନୀତି ଆଜି ତିଆରି କରିଛି ଦଳ । କଟକରେ ଗୋଟିଏ ନିର୍ବଚନ ମଣ୍ଡଳୀ କଂଗ୍ରେସ ହାତରେ ଥିବାରୁ କଟକକୁ ଦଖଲକୁ ନେବାକୁ ଆଶାବାଦୀ ରହିଛି କଂଗ୍ରେସ । ସେପଟେ ସହରରେ ଅନେକ ପ୍ରସଙ୍ଗ ରହିଛି ତାହାକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ଗିରିବାଳା । ମାର୍ଚ୍ଚ ୨୪ ତାରିଖରୁ ଆରମ୍ଭ ହେବ ପୌର ନିର୍ବାଚନ । ଏଥିପାଇଁ କଟକରେ ଆଜି(ବୁଧବାର)ଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ।

nis-ad
Leave A Reply

Your email address will not be published.