ଵୁଧବାର ଆରମ୍ଭ ହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା

ହିଞ୍ଜିଳିକାଟୁ (୨/୩) : ଫେବୃଆରୀ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ଓ ୱାର୍ଡ଼ ସଭ୍ୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ। ମାର୍ଚ୍ଚ ୨୬ରେ ହେବ ଭୋଟ ଗଣତି । ପ୍ରଥମ ଥର ପାଇଁ ଅଧ୍ୟକ୍ଷ ପାଇଁ ନିର୍ବାଚନସିଧାସଳଖ ହେବ ୨୮ତାରିଖରେ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିବା ପରେ ପ୍ରାର୍ଥୀ ଆବଶ୍ୟକ ପ୍ରମାଣପତ୍ର ସଂଗ୍ରହରେ ଲାଗି ପଡିଛନ୍ତି।

ଵୁଧବାର ୨ ତାରିଖ ଠାରୁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ। ଏହି ପ୍ରକ୍ରିୟା ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ପ୍ରାର୍ଥିପତ୍ର ଦାଖଲ ସମୟ ପୂର୍ବାହ୍ନ ୧୧ଟା ଠାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ରହିଛି। ୯ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରାର୍ଥୀପତ୍ର ଗୁଡ଼ିକ ଯାଞ୍ଚ ଆରମ୍ଭ ହେବ। ଯାଞ୍ଚ ସରିବା ପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ସେହିପରି ୧୪ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ ହୋଇଥିବା ବେଳେ ସେହିଦିନ ଅପରାହ୍ନ ୩ଟା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଅଧ୍ୟକ୍ଷଏବଂ ୱାର୍ଡ ସଭ୍ୟ ପ୍ରାର୍ଥୀ ପୌରପାଳିକା କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ । ପ୍ରଥମ ଦିନ ଵୁଧବାର ୨ ଜଣ ଅଧ୍ୟକ୍ଷ ପଦ ନିମନ୍ତେ ନାମାଙ୍କନପତ୍ର ନେଇଥିବା ବେଳେ ୨ଜଣ ୱାର୍ଡ଼ ମେମ୍ବର ପ୍ରାର୍ଥୀ ନିମନ୍ତେ ନାମାଙ୍କନପତ୍ର ଆବଶ୍ୟକ ଫି ଦାଖଲ କରି ନେଇଥିବା ସହ କେହି ନାମାଙ୍କନପତ୍ର ଦାଖଲ କରିନଥିବା ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁଙ୍କ ଠାରୁ ସୁଚନା।

nis-ad
Leave A Reply

Your email address will not be published.