ୟୁକ୍ରେନରୁ ଫେରିଲେ ବରଗଡ଼ର ଡାକ୍ତରୀ ଛାତ୍ର ଅନୁପମ କର

ବରଗଡ଼: ବର୍ତ୍ତମାନ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବାବେଳେ ଏବେ ମଧ୍ୟ ବହୁ ଭାରତୀୟ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି । ଏହାରି ମଧ୍ୟରେ ବରଗଡ଼ ତଲିପଡା ବାସିନ୍ଦା ଜୟ ପ୍ରକାଶ କର ଓ ଦୀପ୍ତି କରଙ୍କ ପୁଅ ଅନୁପମ କର ୟୁକ୍ରେନରୁ ସୁରକ୍ଷିତ ଭାବେ ନିଜ ଜନ୍ମ ମାଟିକୁ ଫେରି ଆସିଛନ୍ତି ।ସେ ୟୁକ୍ରେନର ବିନିସ୍ଥିଆ ଠାରେ ଗତ ଦୁଇ ବର୍ଷ ହେବ ଡାକ୍ତରୀ ପାଠ ପଢୁଥିଲେ । ତେବେ ଏହି ଯୁଦ୍ଧକାଳୀନ ସ୍ଥିତିରେ ସେ କିପରି ସଂଘର୍ଷ କରି ନିଜ ଜନ୍ମମାଟି ତଥା ନିଜ ମା ବାପାଙ୍କ ପାଖକୁ ଫେରି ଆସିଛନ୍ତି ସେ ବିଷୟରେ ବର୍ଣ୍ଣନା କରିଛନ୍ତି ।

nis-ad
Leave A Reply

Your email address will not be published.