ଭୁବନେଶ୍ବରରୁ ୭ଲକ୍ଷର ଜାଲ୍‌ ନୋଟ୍‌ ଜବତ, ୨ ଗିରଫ

ଭୁବନେଶ୍ବର: ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରୁ ୭ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ ହୋଇଛି । ଡିସିପି ଉମାଶଙ୍କର ଦାଶ ଏନେଇ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଅସଲି ୫ଲକ୍ଷ ଟଙ୍କା ବଦଳରେ ନକଲି ୬ଲକ୍ଷ ଟଙ୍କା ଦିଆଯାଉଥିଲା । ଏମିତି ଢଙ୍ଗରେ ଭୁବନେଶ୍ୱର ମାର୍କେଟରେ ଚାଲୁଥିଲା ନକଲି ଟଙ୍କାର କାରବାର। ଏନେଇ କୌଣସି ସୁତ୍ରରୁ ଖବର ମିଳିବା ପରେ ଖାରବେଳନଗର ଥାନା ପୋଲିସ ଚଢାଉ କରି ୬ଲକ୍ଷ ନକଲି ଟଙ୍କା , ପ୍ରିଣ୍ଟର ଟଙ୍କା ଛପା ମେସିନ ,ଲ୍ୟାପଟପ,କାଳି ଓ ମେସିନ ଜବତ କରିବା ସହ ଦୁଇଜଣକୁ ଗିରଫ କରିଛି ।ଗିରଫ ଅଭିଯୁକ୍ତଙ୍କ ନାମ ସତ୍ୟ ନାରାୟଣ ପୃଷ୍ଟି ଏବଂ ଭୁଲା ପ୍ରଧାନ । ଏହି ନେଟଓ୍ବର୍କର ଚେର ରାଜ୍ୟ ବାହାରକୁ ଲମ୍ବିଛି ନା ନାହିଁ, ଭୁବନେଶ୍ୱର ମାର୍କେଟରେ କେତେ ପରିମାଣର ନକଲି ଟଙ୍କା ମାର୍କେଟରେ ବୁଲୁଛି ତାହା ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ।

nis-ad
Leave A Reply

Your email address will not be published.