ମା’ ତାରିଣୀଙ୍କ ମନ୍ଦିରରେ କରୋନା କଟକଣା କୋହଳ, କାଲିଠାରୁ ଦର୍ଶନ

ଘଟଗାଁ : ଘଟଗାଁ ମା ତାରିଣୀଙ୍କ ମନ୍ଦିରରେ କୋହଳ ହେଲା କରୋନା କଟକଣା । କେବଳ ମାସ୍କ ପରିଧାନ କରି ଦର୍ଶନ କରିବେ ସମସ୍ତ ଭକ୍ତ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ତାରିଣୀଙ୍କ ଦର୍ଶନ ପାଇଁ କୋହଳ ହୋଇଛି କୋରୋନା କଟକଣା । ଆସନ୍ତା ୦୩ ତାରିଖ ଠାରୁ ସମସ୍ତ ଭକ୍ତ ମାଙ୍କୁ ଦର୍ଶନ କରିପାରିବେ । ପୂର୍ବରୁ ୧୦ ବର୍ଷରୁ କମ୍ ବୟସର ଛୋଟ ଶିଶୁ ଓ ୬୫ ବର୍ଷରୁ ଉର୍ଦ୍ଧ ବୟସ୍କ ବୃଦ୍ଧବଦ୍ଧାମାନେ ମାଙ୍କ ଦର୍ଶନ ପାଇବାରୁ ବଞ୍ଚିତ ରହୁଥିଲେ । କିନ୍ତୁ ଏବେ ସେମାନେ ମଧ୍ୟ ମାଙ୍କୁ ଦର୍ଶନ କରିପାରିବେ । ତା ସହିତ ମାଙ୍କ ନିକଟରେ ଭୋଗ ଲାଗି କରିପାରିବେ । ଦର୍ଶନ ସମୟରେ ସମସ୍ତ ଭକ୍ତ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯିବ ବୋଲି ପ୍ରେସମିଟ୍ ଜରିଆରେ ମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି |

nis-ad
Leave A Reply

Your email address will not be published.