ଦାରିଙ୍ଗବାଡ଼ି ବଜାର ମୋବାଇଲ ଦୋକାନ ସର୍ଟସର୍କିଟରେ ନିଆଁ ଲାଗିଲା

ଦାରିଙ୍ଗବାଡ଼ି ( ୦୨/୦୩) : କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ସ୍ଥିତ ତିନିଛକରେ ରହିଥିବା ପତି ମୋବାଇଲ ଦୋକାନରେ କୌଣସି କାରଣରୁ ସର୍ଟସର୍କିଟରେ ଦୋକାନରେ ନିଆଁଲାଗିଥିଲା । ମହାଶିବରାତ୍ରି ମହାଦୀପ ଦର୍ଶନ କରି ଶ୍ରଦ୍ଧାଳୁ ଘରକୁ ଫେରିବା ସମୟ ପାଖାପାଖି ଦୁଇ ଘଣ୍ଟା ସମୟରେ ଦୋକାନ ଜଳୁଥିବା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା । ଏଥିରେ ସମସ୍ତ ବ୍ୟକ୍ତିମାନେ ମିଶି ସମସ୍ତ ଜିନିଷ ଉଦ୍ଧାର କରିବା ପାଇଁ ସହଯୋଗ କରିଥିଲେ । ହେଲେ ସମସ୍ତ ଜିନିଷ ପୋଡ଼ି ନଷ୍ଟ ହୋଇଥିବା ଯାହା ସୂଚନାରୁ ଜଣାପଡ଼ିଛି ।

nis-ad
Leave A Reply

Your email address will not be published.