କୋଣାର୍କ ଏକ୍ସପ୍ରେସରୁ ୩୨ କେଜି ସୁନା ଜବତ

ଭୁବନେଶ୍ବର: ୧୬ କୋଟି ଟଙ୍କାର ସୁନା ଜବତ. ଜବତ କଲା ଜିଆର୍‌ପି । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଆସୁଥିଲା ସୁନା । ସୁନା ସହ ୪ଙ୍କୁ ଅଟକ ରଖିଛି ଜିଆରପି ।

ସୂଚନା ଥାଉକି , କୋଣାର୍କ ଏକ୍ସପ୍ରେସ୍‌ରେ ସୁନା ଆସୁଥିବା ଜିଆର୍‌ପିକୁ ସୂଚନା ମିଳିଥିଲା । ପୂର୍ବ ସୂଚନା ଆଧାରରେ ଜିଆର୍‌ପି ଚଢାଉ କରିଥିଲା ।ତେବେ ଏହି ଚଢାଉରେ ଜିଆର୍‌ପିକୁ ୪ଟି ବ୍ୟାଗ୍‌ରୁ ପାଖାପାଖି ୩୨ କେଜି ସୁନା ଜବତ ହୋଇଥିଲା । ଯାହାର ଦାମ ପ୍ରାୟ ୧୬ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ ଏତେ ପରିମାଣରେ ସୁନା କାହିଁକି ଆଣୁଥିଲେ । ସେନେଇ କିଛି ସ୍ପଷ୍ଟ ହୋଇନି । ଅଧିକ ତଦନ୍ତ ପାଇଁ ଜିଏସ୍‌ଟି ଏବଂ ଆଇଟିକୁ ଜଣାଇଲା ଜିଆର୍‌ପି ।

nis-ad
Leave A Reply

Your email address will not be published.