ଏପ୍ରିଲ୍‌ ୧୩ରୁ ମାଷ୍ଟର୍ସ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌

ଭୁବନେଶ୍ୱର: ଆସନ୍ତା ମାସ ୧୩ରୁ ୧୭ ତାରିଖ ମଧ୍ୟରେ ହାଇଦ୍ରାବାଦ ସ୍ଥିତ ଗାଚିବାଓଲି ଷ୍ଟାଡିୟମ୍‌ରେ ୪୨ତମ ଜାତୀୟ ମାଷ୍ଟର୍ସ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଆସନ୍ତା ୧୫ ତାରିଖ ମଧ୍ୟରେ ନାମ ପଞ୍ଜୀକୃତ କରିବା ପାଇଁ ଓଡ଼ିଶା ମାଷ୍ଟର୍ସ ଆଥ୍‌ଲେଟିକ୍‌ ଆସୋସିଏସନ୍‌ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଆସୋସିଏସନ୍‌ ସମ୍ପାଦକ ଏସ କେ ଦାସଙ୍କ ଟେଲିଫୋନ୍‌ ନମ୍ବର ଜରିଆରେ ନାମ ପ୍ରଦାନ କରିବାକୁ କୁହାଯାଇଛି ।

nis-ad
Leave A Reply

Your email address will not be published.