ବି – ଟେକ୍‌ ଇଞ୍ଜିନିୟର ପିଙ୍କି ହେଲେ ପଥରା ସରପଂଚ

ଖଲ୍ଲିକୋଟ (୨/୩) : ପଂଚାୟତ ନିର୍ବାଚନ ରେ ରାଜ୍ୟ ର ମହିଳା ମାନଙ୍କୁ ଗ୍ରାମାଞ୍ଚଳ ବିକାଶ ରେ ସାମିଲ କରି ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ଗୁଡିକୁ ଲୋକଙ୍କ ନିକଟରେ ପହଂଚାଇବା ଓ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ନିର୍ବାଚନ ସେମାନଙ୍କ ପାଇଁ ୫୦ ଭାଗ ସ୍ଥାନ ସଂରକ୍ଷଣ କରିବା ପାଇଁ ନିଷ୍ପତି ନେଇଥିଲେ l ତଦନୁଯାଇ ଖଲ୍ଲିକୋଟ ବ୍ଲକ ରେ ପଂଚାୟତ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବ| ପାଇଁ ଆଗେଇ ଆସିଥିଲେ l ସେହିପରି ଖଲ୍ଲିକୋଟ ବ୍ଲକ ର ପଥରା ପଂଚାୟତ ଜଣେ ୨୩ ବର୍ଷୀୟ ଅନୁସୂଚିତ ବର୍ଗ ର ବରମହପୁର କିଟ ଅନୁଷ୍ଠାନ ରୁ +2 ବିଜ୍ଞାନ ରେ ଉତୀର୍ଣ୍ଣ ହେବା ପରେ ସେହି ଅନୁଷ୍ଠାନ ରେ କମ୍ପ୍ୟୁଟର ରେ ବି – ଟେକ ପଢ଼ୁଥିବା ବେଳେ ପାଠ ଛାଡି ପଥରା ପଂଚାୟତ ରେ ସରପଂଚ ପ୍ରାର୍ଥୀ ଭାବେ ଶ୍ରୀମତୀ ପିଙ୍କି ବେହେରା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଙ୍କ ଠାରୁ ୩୧୭ ଖଣ୍ଡ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି l

ଆଗାମୀ ଦିନରେ ଉକ୍ତ ପଂଚାୟତ ବିକାଶ ସମ୍ପର୍କରେ ପଚାରିବାରୁ ସେ ଖଲ୍ଲିକୋଟ ରାଣୀ ସ|ହେବା ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ପଂଚାୟତ ଶିକ୍ଷା ସ୍ୱାସ୍ଥ୍ୟ ଓ ମହିଳା ମାନଙ୍କ ସ୍ୱାବଲମ୍ବୀ ଓ ଚିଲିକା ଅଧିକ ଜେଟି ନିର୍ମାଣ କରିବା ଓ ଚାଷ ଜମି ରେ ମାଡି ଯାଉଥିବା ଚିଲିକା ର ଲୁଣି ପାଣି ଦାଉରୁ ରକ୍ଷା କରିବା ସହ ମାଣେରେଗା ଯୋଜନା ଅଧିକ କ୍ରିୟାଶୀଳ କରି ଦାଦନ ସମସ୍ୟା କୁ ରୋକିବା ପାଇଁ ଉଦ୍ୟମ କରିବା ସହ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସମସ୍ତ ଯୋଜନା କୁ ବିନା ବାଧା ରେ ପହଞ୍ଚାଇବ| ପାଇଁ ଉଦ୍ୟମ କରିବି ଓ ସେ ବିଜେଡି ରେ ଅସନ୍ତୁଷ୍ଟ ଗୋଷ୍ଠି ଙ୍କ ସମର୍ଥନ ରେ ବିଜୟୀ ହୋଇଥିବା ପ୍ରକାଶ କରିଥିଲେ l

nis-ad
Leave A Reply

Your email address will not be published.