ରାଜନୈତିକ ବିବାଦ ନେଲା ଚରମ ରୂପ : ୩0 ଲକ୍ଷ ଟଙ୍କା ର ଜାଲ ପୋଡି ୧00 ପରିବାର ର ପେଟ କୁ ଲାତ…


ଚିକିଟି-ଚିକିଟି ବ୍ଲକ ମାରାଇନ ଥାନା ସୁନପୁର ପଞ୍ଚାୟତ ପାଟି ସୁନପୁର ରେ ଶନିବାର ରାତ୍ର ଦୁର୍ବୁର୍ଟ ଗ୍ରାମ ର 100 ପରିବାର ର ମାଛ ଧରା ଜାଲ କୁ ପେଟ୍ରୋଲ ପକେଇ ଜାଳି ଦେଇଛନ୍ତି।ଦେଖଣାହାରି ଙ୍କୁ ପ୍ରତିବାଦ କରିବାରୁ ଜୀବନ ରେ ମାରିଦେବା ଧମକ ସହିତ ରାଜନୈତିକ ସମର୍ଥନ ନ କଲେ ପରିସ୍ଥିତି ଭୟା ଭୟ ରୂପ ନେବ ବୋଲି ଧମକ ମଧ୍ୟ ଦେଇଥିବାରୁ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି।ପୋଡିଯାଇଥିବା ଜାଲ ର ମୂଲ୍ୟ 30 ଲକ୍ଷ ରୁ ଉର୍ଦ୍ଧ୍ବ ବୋଲି ମାରାଇନ ଅଭିଯୋଗ କରିଛନ୍ତି y ଲୋୟା।ଜଣେ ନିର୍ଦ୍ଧିଷ୍ଟ ରାଜନେତା ଙ୍କ ଇସାରା ରେ ଏ କାଣ୍ଡ ଘଟିଥିବା ବେଳେ 100 ଟି ପରିବାର ର ପେଟ କୁ ଲାତ ମାରିଲା ଭଳି ସ୍ଥିତି ଯୋଗୁଁ ବିଭିନ୍ନ ମହଲ ରୁ ତୀବ୍ର ନିନ୍ଦା କରାଯାଇଛି।ବିଶ୍ୱସ୍ଥ ସୂତ୍ର ରୁ ପ୍ରକାଶ ଯେ,ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ର ପଞ୍ଚାୟତ ରାଲି ପାଇଁ ପାଟି ସୁନପୁର ଲୋକଙ୍କୁ ଆସିବା ପାଇଁ କହିଲେ ମଧ୍ୟ ସେମାନେ ଯାଇନଥିଲେ।ଏଣୁ ରାଗ ରେ ଏ କାଣ୍ଡ ଭିଆଇ ଥିବା ସିଧା ଅଭିଯୋଗ ହେଉଛି।ଅନ୍ୟ ପକ୍ଷରେ ଅଭିଯୋଗ ପ୍ରକାରେ ଉକ୍ତ ଗ୍ରାମ ର କିଛି ମତ୍ସ୍ୟଜୀବୀ ମାଛ ମାରୁଥିବା ସମୟ ରେ ଏକ କାର ରେ ଆସି ଉକ୍ତ ଗ୍ରାମ ର y. କୋଟେଷୁ,ରଙ୍କନାଥ ପଲେଇ, w.ଜନାର୍ଦ୍ଦନ ସାଇ ମନ୍ଦିର ନିକଟରେ ଥିବା ଜାଲ ରେ ନିଆଁ ଲଗେଇ ଦେଇଥିବା ଅଭିଯୋଗ ହୋଇଛି।
ସେତେବେଳେ ଲୋକ ପ୍ରତିବାଦ କରିବାରୁ ଧମକ ଦେଇଥିବା ଘଟଣାର ସାକ୍ଷୀ ଅଛନ୍ତି y ଲିଙ୍ଗରାଜ, G. କ୍ରିଷ୍ଣା, G. Y. ଗୋପୀନାଥ,R. ବଳରାମ ଯାହା ଅଭିଯୋଗ ପତ୍ର ରେ ଦର୍ଶାଇଛନ୍ତି ଅଭିଯୋଗ କାରି।ନିଆଁ ଲାଗିବା ପରେ ଗ୍ରାମ ବାସୀ ରୁଣ୍ଢ ହେବା ସହ ଅଗ୍ନିଶମ ବିଭାଗ ଗାଡି ଆସି ନିଆଁ କୁ ଆୟତ୍ତ କରିଥିଲେ ସୁଦ୍ଧା 100 ପରିବାର ର 30 ଲକ୍ଷ ଟଙ୍କା ର ଜାଲ ସମ୍ପୂର୍ଣ୍ଣ ପୋଡିଜଳି ନଷ୍ଟ ହୋଇଯାଇଥିଲା।ଲୋକ ମାନେ ନିଜ ଜିବିକା ରମୂଳ ଆଧାର ଜାଲ ହୋଇଥିବା ହେତୁ ତାକୁ ଜଳିବା ଦେଖି ମ୍ରିୟମାଣ ହୋଇପଡିଥିଲେ।ତେବେ 2 ବର୍ଷ ହେଲା ପାଟି ସୁନପୁର ରେ ରାଜନୈତିକ ବିବାଦ ଲାଗି ରହି ଥାନା ରେ ମାମଲା ମଧ୍ୟ ରହିଛି।ଚଳିତ ନିର୍ବାଚନରେ ରାଲି ରେ ଯୋଗ ନ ଦେବା ହେତୁ ଏ ଭଳି ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ।ପୋଲିସ ଏସ ଡି ପି ଓ ଶିବସଙ୍କର ମହାପାତ୍ର, ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାସ ଗାଁ କୁ ଯାଇ ଛାନ ଭିନ ଆରମ୍ଭ କରିଛନ୍ତି। case no 3 ରେ ମାମଲା ରୁଜୁ କରି 435,506,34 ipc ରେ ଅନୁସନ୍ଧାନ ଜାରି ରଖିଛି।ତେବେ ତିନି ଅଭିଯୁକ୍ତ ଫେରାର ଥିବା ବେଳେ ଆନ୍ଧ୍ର ପ୍ରଦେଶ ରେ ଲୁଚିଥିବା ସୂଚନା ରହିଛି।

nis-ad
Leave A Reply

Your email address will not be published.