ଫଲଗୁ ସାହିତ୍ୟ ସଂସଦ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର : ଓଡ଼ିଶାର ଅନ୍ୟତମ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଫଲଗୁ’ ସାହିତ୍ୟ ସଂସଦର ନବ ଗଠିତ କାର୍ଯ୍ୟକାରିଣୀ ସଦସ୍ୟଙ୍କ ପ୍ରଥମ ବୈଠକ ଆଜି ସଂସଦର ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀଙ୍କ ସଭାପତିିତ୍ବରେ ସ୍ଥାନୀୟ କେ ସି ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସାଧାରଣ ସମ୍ପାଦକ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କାର୍ଯ୍ୟକାରିଣୀର ସଭ୍ୟ ମାନେ ସଂସଦର ଦିବଂଗତ ସଦସ୍ୟଙ୍କ କୃତି ଓ କୀର୍ତ୍ତି ସମ୍ପର୍କରେ ଆଲୋଚନା କରିବା ସହ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଫଲଗୁ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ପ୍ରଫେସର ମେଜର ରମାରମଣ ପାଢ଼ୀ ଅନୁଷ୍ଠାନକୁ ଏକ ସମୃଦ୍ଧ ଅନୁଷ୍ଠାନ କରିବା ପାଇଁ ପ୍ରତିବଦ୍ଧତା ସହ ସମସ୍ତଙ୍କ ସହଯୋଗ କାମନା କରି କହିଥିଲେ ଯେ , ଏହି ପ୍ରାଚୀନ ଅନୁଷ୍ଠାନ ଗତ ଚାରି ଦଶନ୍ଧି ଧରି ଅନେକ ସାହିତ୍ୟିକଙ୍କୁ ସୃଷ୍ଟି କରି ଓଡ଼ିଆ ସାହିତ୍ୟ ଜଗତରେ ନିଜର ଗାରିମା ଅକ୍ଷୁର୍ଣ୍ଣ ରଖି ଆସିଚି। ଏହି ବୈଠକ ରେ ଉପସଭାପତି ଡ ବିଦ୍ୟୁତ ପ୍ରଭା ସାହୁ ଏବଂ କୋଷାଧ୍ୟକ୍ଷ ପ୍ରଫେସର ଡ ସନ୍ତୋଷ କୁମାର ଦାଶ ବିଭିନ୍ନ ପ୍ରସଙ୍ଗରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଫଲଗୁ ସାହିତ୍ୟ ସଂସଦର ସାହିତ୍ୟ ଆସର ପ୍ରତି ଦୁଇ ମାସ ଅନ୍ତରରେ ଅନୁଷ୍ଠିତ ହେବା ସହ ଫଲଗୁର ମୁଖପତ୍ର ପ୍ରକାଶ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ଭାରତ ରତ୍ନ ଲତା ମଙ୍ଗେସକର, ପକ୍ଷୀ ବିଶେଷଜ୍ଞ ଉଦୟ ନାରାୟଣ ଦେଓ , ଓଡ଼ିଶୀ ସଙ୍ଗୀତର ପ୍ରବାଦ ପୁରୁଷ ଡ ଦାମୋଦର ହୋତା, ଶ୍ରୀମତୀ ରୋଷଣୀ ସିଂ ଦେଓ ଙ୍କ ସମେତ ରାଜନୀତି ବିଜ୍ଞାନୀ ଗାଳ୍ପିକ ପ୍ରଫେସର ହରିହର ଦାସ, ଡ ରବି ନାରାୟଣ ମିଶ୍ର ,ଡା ସଚଲା ଅଧିକାରୀ ଦାସ, ଦେବରାଜ ସାହୁ ,ଡ଼ା ଚନ୍ଦ୍ରମଣି ସ୍ୱାଇଁ, ଜ୍ୟୋତ୍ସା ରାଣୀ ସ୍ୱାଇଁ ଓ ଅଭିରାମ ପଣ୍ଡା ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ଯୁଗ୍ମ ସମ୍ପାଦକ ଦୀନବନ୍ଧୁ ଶ୍ରୀ ପଲ୍ଲବ ଧନ୍ୟବାଦ ଜଣାଇଥିଲେ।

nis-ad
Leave A Reply

Your email address will not be published.