ନୌକା ପ୍ରତି ଯୋଗିତା ପାଇଁ ଜଳଭଣ୍ଡାରରେ ସରଜମିନ ତଦନ୍ତ କଲେ ପରିଚାଳନା କମିଟି…

ମାଲକାନଗିରି ତା. ୨୭.୧୧.୨୦୨୪ – ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ଆସନ୍ତା ୧୧ ତାରିଖ ଦିନ ସତୀଗୁଡା ଜଳଭଣ୍ଡାରରେ ମତ୍ସ୍ୟଜୀବି ମାନଙ୍କୁ ନେଇ ନୌକା ପ୍ରତି ଯୋଗିତା ନିମନ୍ତେ ଜଳଭଣ୍ଡାର ମଧ୍ୟରେ ସରଜମିନ ତଦନ୍ତ କଲେ ନୌକା ପରିଚାଳନା କମିଟିର ସଦସ୍ୟ । ଏହି ଉପଲକ୍ଷେ ଆଜି ପରିଚାଳନା କମିଟିର ଅଧ୍ୟ କ୍ଷ ତଥା ଜିଲ୍ଲା କ୍ରୀଡା ଅଧିକାରୀ ମାଧବ ପାଙ୍ଗି, ସହକାରୀ ବନ ସଂରକ୍ଷକ ମନସୁନ ଖେମୁଣ୍ଡୁ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ କୁମାର ଗୌଡ, କମିଟି ସଦସ୍ୟ, ସତୀଗୁଡା ମତ୍ସ୍ୟଜୀବି ସଂଗଠନ ର କର୍ମକର୍ତା ଓ ସମସ୍ତ ସଦସ୍ୟ ଉପସ୍ଥିତ ରହି ଜଳଭଣ୍ଡାରରେ ପ୍ରତି ଯୋଗିତାରେ ଅଂଶଗ୍ରହଣ କରୁଥିବା ୧୦ଟି ନୌକା ପାଇଁ ୧୦୦ ମିଟର ପରିଧିରେ ସୋଲ ଏବଂ ବେଲୁନ, ସୁତୁଲି ଦ୍ୱାରା ଟ୍ରାକ୍ କରାଯିବ । ଏହାକୁ ବନ ବିଭାଗ ଦାୟିତ୍ୱରେ ଦିଆ ଯାଇଥଇବାବେଳେ ମତ୍ସ୍ୟ ବିଭାଗ ପ୍ରତି ଯୋଗୀଙ୍କ ପ୍ରତି ନୌକା ଚାଳନା କରିବା ପାଇଁ ଚାରି ଜଣଙ୍କ ନାମ, ଗ୍ରାମ ପଞ୍ଜିକୃତ କରିବେ । ଏଥିସହ ପ୍ରତି ଯୋଗୀମାନଙ୍କ ପାଇଁ ଜରୁରୀକାଳୀନ ଔଷଧ, ପାନୀୟ ଜଳ, ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିବେ । ବନ ବିଭାଗ ପ୍ରତି ଯୋଗୀମାନଙ୍କ ପାଇଁ ଟୋପି ଓ ଟି ସାର୍ଟ ପ୍ରଦାନ କରିବେ ,ମଂଚ ଓ ଡାକବାଜୀ ଯନ୍ତ୍ର, ୱାକିଟକି, ସବୁଜ ପତାକା ଯୋଗାଇ ଦେବେ ।ପ୍ରତି ଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଚୟନ ପାଇଁ ଚାରିଜଣ ଚୟନ କର୍ତା ରହିବେ । କ୍ରୀଡା ଅଧିକାରୀ ଏହି ଚୟନ କର୍ତା ମାନଙ୍କୁ ନିୟୋଜିତ କରିବେ । ଅଗ୍ନିଶମ ବିଭାଗ ପ୍ରତି ଯୋଗୀ ଏବଂ ଜଳ ମଧ୍ୟରେ ତଦାରଖ କରୁଥିବା ଅଧିକାରୀ ମାନଙ୍କ ସୁରକ୍ଷା ଦାୟିତ୍ୱ ତୁଲାଇବା ସହ ୬୦ଟି ଲାଇଫ୍ ଜାକେଟ ଜିଲ୍ଲାପାଳଙ୍କ କାର୍ଯାଳୟ ଜରୁରିକାଳୀନ ବିଭାଗ ଠାରୁ ଗ୍ରହଣ କରି ପ୍ରତି ଯୋଗୀ ଓ ଅଧିକାରୀ ମାନଙ୍କୁ ବିତରଣ କରିବୋ ବନା ଲାଇଫ ଜାକେଟ ରେ ପ୍ରତି ଯୋଗୀ କିମ୍ବା ଅଧିକାରୀ ମାନେ ଜଳଭଣ୍ଡାରରେ ପ୍ରବେଶ କରିପାରିବେ ନାହିାଁ ଆଗାମୀ ୭ ତାରିଖ ଦିନ ପ୍ରତିଯୋଗୀ ମାନଙ୍କୁ ନେଇ ଏକ ମୋକ ଡ୍ରିଲ କାର୍ଯ୍ୟକ୍ରମ ଜଳଭଣ୍ଡାରରେ ଅନୁଷ୍ଠିତ ହେବ । ୧୧ ତାରିଖ ଅପରାହ୍ନ ୩.୩୦ ମିନିଟ୍ ସମୟରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଏହି ପ୍ରତି ଯୋଗିତାକୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିବେ ।ଏଠି ସହ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଳଭଣ୍ଡାର ଚତୁଃପାର୍ଶ୍ଵ ରେ ଥିବା ଗ୍ରାମ ଓ ସହର ମଧ୍ୟରେ ଏହାର ପ୍ରଚାର ପ୍ରସାର କରିବା ପାଇଁ ନିଷ୍ପତି ନିଆଗଲ।।

nis-ad
Leave A Reply

Your email address will not be published.