କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ପଲ୍ଲବୀ ସିଂ

ନୂଆଦିଲ୍ଲୀ: ପୁଣି ଥରେ କଂଗ୍ରେସକୁ ଲାଗିଲା ଝଟକା। ପ୍ରିୟଙ୍କା ଗାନ୍ଧିଙ୍କ ହାତ ଛାଡ଼ି ଗେରୁଆ ଗଡ଼ରେ ଏଣ୍ଟ୍ରି କଲେ ‘ଲଡ଼୍‌କୀ ହୁଁ, ଲଢ଼୍‌ ସକ୍‌ତି ହୁଁ’ର ଆଉ ଜଣେ ପୋଷ୍ଟର ଗାର୍ଲ। ପୂର୍ବରୁ କଂଗ୍ରେସର ୨ ଜଣ ପୋଷ୍ଟର ଗାର୍ଲ ପଦ୍ମ ଧରି ସାରିଥିବା ବେଳେ ଏବେ ପଡ଼ିଲା ତୃତୀୟ ପୋଷ୍ଟର ଗାର୍ଲଙ୍କ ପାଳି। ପୂର୍ବରୁ କଂଗ୍ରେସର ୨ ପୋଷ୍ଟର ଗାର୍ଲ ପ୍ରିୟଙ୍କା ମୋର୍ଯ୍ୟ ଓ ବନ୍ଦନା ସିଂ ବିଜେପି ଶିବିରରେ ପ୍ରବେଶ କରି ସାରିଥିବା ବେଳେ ଆଜି ପଲ୍ଲବୀ ସିଂ ମଧ୍ୟ ଏହି ଦଳରେ ଏଣ୍ଟ୍ରି କରିଛନ୍ତି।
ତ୍ତରପ୍ରଦେଶରେ ବଢ଼ୁଥିବା ମହିଳା ନିର୍ଯାତନା ବିରୋଧରେ ଜୋରଦାର ଲଢ଼େଇ କରିବାକୁ ଯାଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ‘ଲଡ଼୍‌କୀ ହୁଁ, ଲଢ଼୍‌ ସକ୍‌ତି ହୁଁ’ ନାରା ଦେଇଥିଲେ। ଆଉ ଏଥିପାଇଁ ପ୍ରିୟଙ୍କା ମୌର୍ଯ୍ୟଙ୍କୁ ପୋଷ୍ଟର ଗାର୍ଲ କରିଥିଲା କଂଗ୍ରେସ। ହେଲେ ଆସନ ବୁଝାମଣା ଗଣିତରେ ନିରାଶ ହୋଇ କଂଗ୍ରେସର ୨ ପୋଷ୍ଟର ଗାର୍ଲ ପ୍ରିୟଙ୍କା ମୋର୍ଯ୍ୟ ଓ ବନ୍ଦନା ସିଂ ପୂର୍ବରୁ ବିଜେପି ଶିବିରରେ ପ୍ରବେଶ କରି ସାରିଛନ୍ତି। ଏଥିସହ ସେମାନେ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ ।
‘କଂଗ୍ରେସ ମୋ ଫଟୋ, ମୋ ନାଁ ଓ ସୋଶାଲ ମିଡିଆରେ ମୋର ୧୦ ଲକ୍ଷ ଫଲୋଅର୍ସଙ୍କୁ ନେଇ ନିଜର ପ୍ରଚାର କଲା। କିନ୍ତୁ ଯେତେବେଳେ ଟିକେଟ ଦେବାର ସମୟ ଆସିଲା ସେତେବେଳେ ସେମାନେ ଏହାକୁ ଆଉ କାହାକୁ ଦେଇଦେଲେ। ଏହା ସଂପୂର୍ଣ୍ଣ ଭାବେ ଅନ୍ୟାୟ। ସେମାନେ ଏପରି କରିବେ ବୋଲି ଆଗରୁ ନିଷ୍ପତ୍ତି ନେଇଥିଲେ। ମୁଁ ଓବିସି ବର୍ଗରୁ ଆସିଥିବାରୁ ମୋତେ ଟିକେଟ ମିଳିନି। ମୁଁ ପ୍ରିୟଙ୍କା ଗାନ୍ଧିଙ୍କ ସଚିବ ସନ୍ଦୀପ ସିଂହଙ୍କୁ ଲାଞ୍ଚ ଦେଇ ପାରି ନଥିଲି। ଏଥିପାଇଁ ସେମାନେ ମୋତେ ଟିକେଟ ଦେଇନାହାନ୍ତି ବୋଲି କହିଥିଲେ ପ୍ରିୟଙ୍କା ମୋର୍ଯ୍ୟ ।
ନିର୍ବାଚନ ଆଗକୁ ଆସୁଥିବା ବେଳେ ପାର୍ଟି ହାଇକମାଣ୍ଡ ବିଭିନ୍ନ ପ୍ରସଙ୍ଗକୁ ଅବହେଳା କରୁଥିବା ଦର୍ଶାଇ ବନ୍ଦନା ଗତ ବୁଧବାର କଂଗ୍ରେସର ହାତ ଛାଡ଼ି ଦେଇଥିଲେ। ଏବେ ଯେଉଁମାନେ ଦଳରେ ଯୋଗ ଦେଇଛନ୍ତି ପାର୍ଟି ସେମାନଙ୍କୁ ପ୍ରାଥମିକତା ଦେଉଥିବା ବେଳେ ମୁଁ ୬ ବର୍ଷ ହେଲା ଦଳରେ ଅଛି। ହେଲେ ପାର୍ଟି ଆଡ ଆଖିରେ ବି ମୋତେ ଚାହୁଁନି ବୋଲି କହିଥିଲେ। ଏହାବାଦ କଂଗ୍ରେସର ମହିଳା ୱିଙ୍ଗର ମୁଁ ଭାଇସ୍‌-ପ୍ରେସିଡେଣ୍ଟ ଥିବା ସତ୍ତ୍ୱେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସାକ୍ଷାତର ସୁଯୋଗ ପାଇପାରୁନି ବୋଲି ଅଭିଯୋଗ ବି ଆଣିଥିଲେ।
ହେଲେ ପଲ୍ଲବୀ କଂଗ୍ରେସ ଛାଡ଼ିବାର କାରଣ ସମ୍ପର୍କରେ କିଛି ଜଣାପଡ଼ିନି।

nis-ad
Leave A Reply

Your email address will not be published.