ବର୍ଷର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ; ସମ୍ବିଧାନ, ଗଣତନ୍ତ୍ର ଏବଂ ମହାକୁମ୍ଭ ପ୍ରସଂଗ ଉଠାଇଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜାରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ରେଡିଓ କାର୍ଯ୍ୟକ୍ରମର ୧୧୮ତମ ଭାଗରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଂଗରେ ଆଲୋକପାତ କରିଛନ୍ତି । ବାବା ସାହେବ ଭୀମରାଓ ଆମ୍ବେଦକର, ରାଜେନ୍ଦ୍ର ପ୍ରସାଦ ଏବଂ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଉପରେ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ।  ଏହା ସହିତ ସମ୍ବିଧାନ, ଗଣତନ୍ତ୍ର ଏବଂ ପ୍ରୟାଗରାଜ ମହାକୁମ୍ଭ ଉପରେ ବିଶେଷ ଦୃଷ୍ଟି ଆକର୍ଷଣ କରିଛନ୍ତି ।  

୨୦୨୫ର ଏହା ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ । ଚଳିତ ବର୍ଷ ପ୍ରଥମ ରେଡିଓ କାର୍ଯ୍ୟକ୍ରମ ମାସରେ ଶେଷ ରବିବାର ହେବା ବଦଳରେ ତୃତୀୟ ରବିବାର ହୋଇଛି । ଆସନ୍ତା ସପ୍ତାହରେ ଗଣତନ୍ତ୍ର ଦିବସ ରହିଥିବାରୁ ଗୋଟିଏ ସପ୍ତାହ ପୂର୍ବରୁ ଏହି ପ୍ରୋଗ୍ରାମ୍ ହେଉଛି । ଏଥିରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣତନ୍ତ୍ର ଦିବସର ଶୁଭକାମନା ଜଣାଇଛନ୍ତି ।

ଚଳିତ ବର୍ଷ ଗଣତନ୍ତ୍ର ଦିବସ ବହୁତ ସ୍ବତନ୍ତ୍ର । କାରଣ ଏବର୍ଷ ଭାରତୀୟ ସମ୍ଭିଧାନକୁ ୭୫ବର୍ଷ ପୂରୁଛି । ତେଣୁ ସମ୍ବିଧାନ ସଭାର ସମସ୍ତ ମହାପୁରୁଷମାନଙ୍କୁ ପ୍ରଣାମ କରିଛନ୍ତି ପ୍ରଧାନମନ୍ତ୍ରୀ । ସମ୍ବିଧାନ ସଭା ଯେବେ ନିଜର କାର୍ଯ୍ୟ ଆରମ୍ଭ କଲା, ସେତେବେଳେ ବାବା ସାହେବ ଆମ୍ବେଦକର ବହୁ ମହତ୍ବପୂର୍ଣ୍ଣ କହିଥିଲେ । ଏହାର ଗୋଟିଏ ଅଂଶ ଆମେ ମାନୁଛୁ ବୋଲି ପିଏମ୍ ମୋଦି କହିଛନ୍ତି । ଏହାଛଡ଼ା ରେଡିଓ କାର୍ଯ୍ୟକ୍ରମରେ ସମ୍ବିଧାନ ସଭା ପ୍ରମୁଖ ଡ. ରାଜେନ୍ଦ୍ର ପ୍ରସାଦଙ୍କୁ କଥା ଉଠାଇଛନ୍ତି ପିଏମ ମୋଦି ।

ବର୍ଷର ପ୍ରଥମ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ପ୍ରାୟରାଜ ମହାକମ୍ଭ କଥା ଉଠାଇଛନ୍ତି । ହଜାରେ ବର୍ଷ ଧରି ଚାଲିଆସୁଥିବା ମହାକୁମ୍ଭ ମେଳାରେ କୌଣସି ପ୍ରକାର ଭେଦଭାବ ଦେଖିବାକୁ ମିଳୁନାହିଁ, ଏହା ହେଉଛି ଭାରତୀୟ ପରମ୍ପରା । ଭାରତ ପୂର୍ବ, ପଶ୍ଚିମ ଏବଂ ଦକ୍ଷିଣରୁ ବହୁ ସଂଖ୍ୟାରେ ସାଧୁସନ୍ଥ ଏଠାକୁ ଧାଇ ଆସୁଛନ୍ତି ମୋକ୍ଷ୍ୟ ପ୍ରାପ୍ତି ପାଇଁ । ମହାକୁମ୍ଭରେ ଗରିବ ଏବଂ ଧନୀ ସମସ୍ତେ ସମାନ । ଏହି କୁମ୍ଭମେଳା ଧାର୍ମିକ ପରମ୍ପରା ଅନୁଯାୟୀ, ପ୍ରୟାଗରାଜ, ନାସିକ୍ ଏବଂ ହରିଦ୍ବାରରେ ଆୟୋଜନ ହୋଇଥାଏ ବୋଲି କୁହିଛନ୍ତି ପ୍ରଧାନମନ୍ତ୍ରୀ । 

nis-ad
Leave A Reply

Your email address will not be published.