ପୁଣି ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ

ପୁରୀ: କଡା ସୁରକ୍ଷା ସତ୍ବେ ପୁଣି ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ ହୋଇଛି । ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ବ୍ୟକ୍ତିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶ୍ରୀମନ୍ଦିର ବେଢାର ଜଗମୋହନ ଓ ଗରୁଡ଼ ସ୍ତମ୍ଭ ଭିଡ଼ିଓ ଭାଇରାଲ ହୋଇଛି । ବ୍ୟକ୍ତି ଜଣକ ବୃନ୍ଦାବନର ବୋଲି ଜଣାପଡିଛି ।

ଖାଲି ସେତିକି ନୁହଁ ପତିତପାବନଙ୍କ ନିକଟରେ ନିଜ ଫଟୋ ସହ ଏକ ଭିଡ଼ିଓ ଇନଷ୍ଟାଗ୍ରାମ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।

ତେବେ ଶ୍ରୀମନ୍ଦିର ଭିତରକୁ କୌଣସି ବ୍ୟକ୍ତିଙ୍କୁ ମୋବାଇଲ ଓ କ୍ୟାମେରା ନେବା ଉପରେ କଟକଣା ରହିଛି । ସେଥିପାଇଁ ମନ୍ଦିର ବାହାରେ ମୋବାଇଲ ଷ୍ଟାଣ୍ଡ ମଧ୍ୟ କରାଯାଇଛି । ଆଉ ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବରୁ ଚାରିଦ୍ଵାରରେ ମୋବାଇଲ୍ ଯାଞ୍ଚ ପାଇଁ ମାଳ ମାଳ ପୋଲିସ ନିୟୋଜିତ ହୋଇଛନ୍ତି । ଏହା ସତ୍ତ୍ବେ କିପରି ମୋବାଇଲ ଭିତରକୁ ଯାଉଛି ଏବଂ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେଉଛି ତାକୁ ନେଇ ଏବେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।

ତେବେ ଯାଞ୍ଚ ପାଇଁ ନିୟୋଜିତ ହୋଇଥିବା ପୋଲିସ କର୍ମୀମାନେ ସଠିକ୍ ରେ ନିଜ ଡ୍ୟୁଟି କରୁନଥିବା ଭକ୍ତମାନେ ଅଭିଯୋଗ କରିବା ସହ ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସିବା ପରେ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.