ଆସିଗଲା ବିବାହ ଋତୁ : ଡିଜେର ବିକଟାଳ ଶବ୍ଦରେ ସହରବାସୀ ଅଣନିଶ୍ୱାସୀ

ପ୍ରଶାସନ ର ଆଶୀର୍ବାଦ ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ !

ବ୍ରହ୍ମପୁର : ଏବେ ଆରମ୍ଭ ହୋଇଯାଇଛି ବିବାହ ଋତୁ । ପ୍ରତ୍ୟେକ ଶୁଭତିଥୀରେ ଆସିକା ସମେତ ନିକଟବର୍ତ୍ତୀ ଗ୍ରାମଞ୍ଚଳର ବିଭିନ୍ନ ସାହିବସ୍ତିରେ ବିବାହ କାର୍ଯ୍ୟକ୍ରମ ଚାଲୁଥିବା ଦେଖିବାକୁ ମିଳିଛି। ଆଉ ସେହି ସାହିବସ୍ତିରେ ବରଯାତ୍ରୀଙ୍କ ସହ ବାଣରୋଷଣୀ ସାଙ୍ଗକୁ ଡିଜେ ଗୀତରେ ବରପକ୍ଷ ପକ୍ଷରୁ ଆସିଥିବା ଯୁବଗୋଷ୍ଠୀ ମତୁଆଲା ହୋଇ ନୃତ୍ୟୁ କରୁଥିବା ଦେଖିବାକୁ ମିଳୁଛି। ତେବେ ଡିଜେର ଶବ୍ଦ ଏତେ ବିକଟାଳ ହେଉଛି ଯେ ନିକଟସ୍ଥ ଅଞ୍ଚଳବାସୀ ଅସହ୍ୟ ହୋଇପଡିବା ସହ ଡିଜେର ବିକଟାଳ ଶବ୍ଦରେ ସହରବାସୀ ଅଣନିଶ୍ୱାସୀ ହୋଇ ପଡୁଛନ୍ତି। ବିଶେଷକରି ହୃତଯୋଗୀ ଏବଂ ଶିଶୁ ମାନେ ଡିଜେର ଏହି ବିକଟାଳ ଶବ୍ଦ ସେମାନଙ୍କ ପ୍ରତି ଘାତକ ସାଜୁଛି। ଗତ କିଛି ବର୍ଷ ହେବ ଡିଜେର ଏହି ବିକଟାଳ ଶବ୍ଦ ପ୍ରତି ଆଇନଗତ ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବି ମହଲରେ ଦାବି ହୋଇ ଆସୁଥିଲେ ମଧ୍ୟ ସ୍ଥାନୀୟ ପୁଲିସ କିମ୍ବା ଜିଲ୍ଲା ପ୍ରଶାସନ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଦେଖିବାକୁ ମିଳିଛି। ବାହାଘର ପୂର୍ବରୁ ବରଯାତ୍ରୀ ପଟୁଆରରେ ଡିଜେକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ବରଯାତ୍ରୀ ପଟୁଆରରେ ଡିଜେ ବ୍ୟହବାହର ସମୟରେ ଗୀତର ଶବ୍ଦକୁ ଏତେ ଅଧିକ ମାତ୍ରାରେ ବ୍ୟବହାର କରାଯାଉଛି ଯେ ସାଧାରଣ ଜନତା ଏଥିରେ ଅସହ୍ୟ ହୋଇ ପଡୁଛନ୍ତି।

ବହୁ ସମୟରେ ଗଳି କନ୍ଦି ମୁଖ୍ୟରାସ୍ତ ଅବରୋଧ କରି ବରଯାତ୍ରୀ ଡିଜେ ଗାଡି ସହ ପଟୁଆରରେ ଯାଉଥିବା ବେଳେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ବହୁ ସମୟରେ ଆମ୍ବୁଲାନ୍ସ ଗୁଡିକ ଗୁରୁତର ରୋଗୀଙ୍କୁ ନେଇ ଡାକ୍ତରଖାନା ଯିବା ବେଳେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଥିବା ଲକ୍ଷ୍ୟ କରାଯାଇଛି। ବିବାହ ପାଇଁ କମ୍ ସାଉଣ୍ଡ ବ୍ୟବହାର କରିବା ପାଇଁ ବରଯାତ୍ରୀ ପକ୍ଷରୁ ପୁଲିସ ପ୍ରଶାସନ ଠାରୁ ଲିଖିତ ଭାବେ ଆଣି ଉପଜିଲ୍ଲାପାଳଙ୍କ ଅନୁମତି ଆଣିବା ପାଇଁ ନିୟମ ରହିଥିଲେ ମଧ୍ୟ ବହୁ ବରାଯାତ୍ରୀ ପକ୍ଷରୁ ଅନୁମତି ନ ନେଇ ମଧ୍ୟ ଡିଜେ ବାଜୁଛି। ଯଦି ବା କିଏ ଅନୁମତି ଆଣିଥାନ୍ତି ତାହେଲେ ନିୟମ ମୁତାବକ ମଧ୍ୟରେ ଶବ୍ଦ ବ୍ୟବହାର ନକରି ଡିଜେର ଅତିଉଚ୍ଚ ସମ୍ପର୍ଣ୍ଣ କର୍କଶ ଓ ବିକଟାଳ ଶବ୍ଦ ବ୍ୟବହାର କରିବା ସହ ନିୟମ ବିରୁଦ୍ଧ ରହିଥିବା ଅତି ଉଚ୍ଚ ଶବ୍ଦ ବାଣ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଡ଼ିଜେ ବଜାଇବା ପାଇଁ ଦଲାଲ ମାନଙ୍କ ସାହାଯ୍ୟ ନେଇ ପୋଲିସ କୁ ସାଇଲେନ୍ସ ପ୍ଲିଜ କରା ଯାଉଥିବା ଚର୍ଚ୍ଚା ହେଉଛି।ଖୋଦ ଜିଲ୍ଲା ଏସପି ଏଥିପ୍ରତି ଦୃଷ୍ଟି ଦେଇ ନିୟମ ଖିଲାପକାରୀ ଡିଜେ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.