ହିଞ୍ଜିଳିକାଟୁ ୧୯/୧ : ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ, ଓଡ଼ିଶା ହିଞ୍ଜିଳିକାଟୁ ବ୍ଳକ ପକ୍ଷରୁ କର୍ତ୍ତବ୍ୟ ବୋଧ ଦିବସ ପାଳିତ ହୋଇଯାଇଛି।ପାଟଣା ସାହି ରେ ଜିଲ୍ଲା ସଭାପତି କୁମୁଦଚନ୍ଦ୍ର ସାମଲଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମ ରେ ମହାସଂଘର ଉପଦେଷ୍ଟା କରୁଣାକର ବାଡ଼ତିଆ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରାନ୍ତ କାର୍ଯ୍ୟବାହ ଡ଼: ଅନୀଲ କୁମାର ମିଶ୍ର ମୁଖ୍ୟ ବକ୍ତା ରୂପେ ଯୋଗଦେଇ ରାଷ୍ଟ୍ର ସର୍ବୋପରି ଏଣୁ ରାଷ୍ଟ୍ରର ହିତପାଇଁ ପ୍ରତ୍ୟେକ ନାଗରିକ ନିଜ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟତମ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ବାଜୁବନ୍ଧ ସଂଗଠନର ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଜିଲ୍ଲା ସାଧାରଣସଂପାଦକ ସୁବୋଧ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରାନ୍ତ ସଂପାଦକ କଳାକର ପୃଷ୍ଟି ,ଅରୁଣ କୁମାର ମହାରଣା,ବେଣୁଧର ସାହୁ,ଅଧ୍ୟାପକ ଡ଼:ସୁଦାମ ସାହୁ, ଯଜ୍ଞଶ୍ଵର ପାଢ଼ୀ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.