ଜ୍ଞାନେନ୍ଦ୍ର ପ୍ରତାପ ସିଂହ ସିଆରପିଏଫ ର ନୂଆ ଡିଜି ନିଯୁକ୍ତ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜ୍ଞାନେନ୍ଦ୍ର ପ୍ରତାପ ସିଂହଙ୍କୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ)ର ନୂଆ ଡିଜି ନିଯୁକ୍ତ କରିଛନ୍ତି । ବିଭାଗୀୟ ଆଦେଶ ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟର ନିଯୁକ୍ତି ସଂକ୍ରାନ୍ତିୟ ସମିତି ମଞ୍ଜୁରି ଦେଇଛି । କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏହି ଆଦେଶ ଜାରି କରାଯାଇଛି । ଆଦେଶରେ ଲେଖାଯାଇଛି, ‘ଏସିସି ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ ମଞ୍ଜୁରି ଦେଇଛି । ୧୯୯୧ ବ୍ୟାଚ୍‌ର ଆସାମ କ୍ୟାଡ୍‌ରର ଆଇପିଏସ୍ ଜେପି ସିଂହଙ୍କୁ ସିଆରପିଏଫର ଡିଜି ନିଯୁକ୍ତ କରାଯାଇଛି ।’

ଜ୍ଞାନେନ୍ଦ୍ର ସିଂହ ଏହା ପୂର୍ବରୁ ଆସାମ ପୋଲିସ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଥିଲେ । ଏବେ ସେ ସିଆରପିଏଫ୍ ଡିଜି ଭାବେ କାର୍ଯ୍ୟ କରିବେ । ୨୦୨୭ ଜାନୁଆରୀ ୩୧ରେ ସେ ଅବସର ଗ୍ରହଣ କରିବେ । ନୂତନ ସିଆରପିଏଫ୍ ଡିଜି ଜିପି ସିଂହ ପୂର୍ବରୁ ଏସ୍‌ପିଜି ଏବଂ ଏନ୍‌ଆଇଏ ପରି ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପଦରେ ସେବା ଦେଇସାରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଗତ ମାସରେ ଗୃହ ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ) ସିଆରପିଏଫ୍ ଡିଜିର ଅତିରିକ୍ତ ଦାୟିତ୍ୱ ୧୯୯୩ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ବିତୁଲ କୁମାରଙ୍କୁ ଦେଇଥିଲେ । ତତ୍କାଳୀନ ଡିଜି ଅନିଶ ଦୟାଲ ଡିସେମ୍ୱର ୩୧ ଅବସର ନେଇଥିଲେ । 

ସିଆର୍‌ପିଏଫ ପ୍ରାୟ ୩ ଲକ୍ଷ କର୍ମଚାରୀଙ୍କ ସହ ଭାରତର ସବୁଠୁ ବଡ଼ ଅର୍ଦ୍ଧସାମରିକ ବଳ । ଏହି ଅର୍ଦ୍ଧସାମରିକ ବଳ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ନିରୋଧୀ ଅଭିଯାନ, ଉତ୍ତର-ପୂର୍ବରେ ଉଗ୍ରବାଦୀ ବିରୋଧୀ ଅଭିଯାନ ଏବଂ ଲେଫ୍ଟ-ୱିଙ୍ଗ ଉଗ୍ରବାଦ (LWE)ରେ ପ୍ରଭାବିତ ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନରେ ସାମିଲ ହୁଅନ୍ତି ।

nis-ad
Leave A Reply

Your email address will not be published.