ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରି ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଯୁବକକୁ ପୋଲିସ ୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ନିଆଯାଇଛି । ଆଜି ସକାଳେ ଗିରଫ ହୋଇଥିବା ଯୁବକକୁ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ତାକୁ ପଚରାଉଚରା କରାଯିବା ପରେ ପୋଲିସ ହେପାଜତକୁ ନେଇଛି ।
କୋର୍ଟରେ ପ୍ରଥମେ ଅଭିଯୁକ୍ତର ନାମ ପଚରାଯିବା ସହିତ ଅନ୍ୟ ପ୍ରଶ୍ନ ପଚରାଯାଇଥିଲା । ତେବେ ପୋଲିସ ଗିରଫ କରିଥିବା ଯୁବକ ବାଂଲାଦେଶୀ ବୋଲି ଜଣାପଡିଛି । ସୈଫଙ୍କୁ ଆକ୍ରମଣ ହୋଇଥିବା ଛୁରି ୩ ଖଣ୍ଡ ହୋଇଛି । ଯାହାର ୨ ଖଣ୍ଡ ମିଳିଥିବା ବେଳେ ଅନ୍ୟ ଖଣ୍ଡକୁ ଖୋଜୁଛି ପୋଲିସ । ଅଭିଯୁକ୍ତ ଜଣକ ଆକ୍ରମଣ କରିଥିବା ଦିନ ଯେଉଁ ଡ୍ରେସ ପିନ୍ଧିଥିଲା, ସେ ପୋଷାକ ମଧ୍ୟ ପୋଲିସ ଖୋଜୁଛି ।
ପୋଲିସ କହିବା ମୁତାବକ, ଆକ୍ରମଣ କରିଥିବା ଯୁବକ ଗୁପ୍ତ ରାସ୍ତା ଦେଇ ବାଂଲାଦେଶରୁ ଭାରତ ଆସିଥିଲା । ତାଙ୍କୁ କିଏ ଓ କେମିତି ସାହାଯ୍ୟ କରିଥିଲା, ତାହା ଏଯାଏଁ ଜଣାପଡିନି । ଏହାର ଯାଞ୍ଚ କରୁଛି ପୋଲିସ । ପୋଲିସ କୋର୍ଟଙ୍କୁ ଅଭିଯୁକ୍ତକୁ ନେବାକୁ ୧୪ ଦିନିଆ କଷ୍ଟଡି ମାଗିଛି । ଅଭିଯୁକ୍ତ ଓକିଲ କୋର୍ଟକୁ କହିଛନ୍ତି, ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ । ଏପରି କଥାରେ ସରକାରୀ ଓକିଲ କହିଛନ୍ତି କି, ଅଭିଯୁକ୍ତ ଜାଣିଥିଲା, ସେ ଅଞ୍ଚଳରେ ସେଲିବ୍ରିଟି ରୁହନ୍ତି । ସେ ଜାଣିଥିଲା କେତେ ସୁରକ୍ଷିତ ସେ ସ୍ଥାନ । ତଥାପି ଘରେ ପଶିଥିଲା ଅର୍ଥାତ୍ ଅଭିଯୁକ୍ତ ପ୍ଲାନିଂ କରିଥିଲା ।
ସୂଚନାଯୋଗ୍ୟ, ୧୫ତାରିଖ ମଧ୍ୟରାତିରେ ସୈଫ ଅଲ୍ଲୀ ଖାନଙ୍କ ବାନ୍ଦ୍ରା ବାସଭବନ ୧୧ ମହଲାରେ ତାଙ୍କ ଉପରେ ଛୁରାମାଡ଼ କରିଥିଲା ଦୁର୍ବୃତ୍ତ । ଆକ୍ରମଣ ପରେ ସୈଫଙ୍କୁ ତାଙ୍କ ଡ୍ରାଇଭର ଏବଂ ସିକ୍ୟୁରିଟି ଗାର୍ଡ ପୁଅ ତୈମୁର ସହିତ ଅଟୋରେ ହସପିଟାଲ ନେଇ ଯାଇଥିଲେ । ଆକ୍ରମଣ କରିଥିବା ଯୁବକକୁ ମହାରାଷ୍ଟ୍ର ଥାନେରୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଆକ୍ରମଣକାରୀର ନାଁ ମହମ୍ମଦ ଇଲିଆସ ଓରଫ ବିଜୟ ଦାସ । ସୈଫଙ୍କ ଘରେ ପଶି ସେ ଛୁରି ଭୁସିଥିବା ସ୍ବୀକାର କରିଛି । ସେ ମୁମ୍ବାଇର ଏକ ପବ୍ ରେ କାମ କରୁଥିବାର ଜଣାପଡିଥିଲା । ଥାନେ ହିରାନନ୍ଦାନି ଇଷ୍ଟେଟ୍ ମେଟ୍ରୋ କନଷ୍ଟକସନ୍ ସାଇଟରୁ ଏକ ଲେବର କ୍ୟାମ୍ପରୁ ତାକୁ ଗିରଫ କରାଯାଇଥିଲା ।