କଇଁଝର ପଞ୍ଚାୟତର ୨୦ ନଂ ୱାର୍ଡର ୯୦ରୁ ଉର୍ଦ୍ଧ ଭୋଟରଙ୍କ ଭୋଟ ଲିଷ୍ଟ ରେ ନାଁ ନଥିବା ଅଭିଯୋଗ


ଟିକାବାଲି (୧୧/୦୨) : ଟିକାବାଲି ଅନ୍ତର୍ଗତ କଇଁଝର ପଞ୍ଚାୟତ ର କଇଁଝର କୁମ୍ଭାରସାହି କୁହାଯାଉଥିବା ୨୦ନଂ ୱାର୍ଡ ର ୯୦ ରୁ ଉର୍ଦ୍ଧ ଭୋଟର ଙ୍କ ଭୋଟ ଲିଷ୍ଟ ରେ ନାଁ ନଥିବା ଅଭିଯୋଗ ହେଉଛି | ସୂଚନା ଅନୁଯାୟୀ ପ୍ରତ୍ୟକ ତ୍ରିସ୍ତରୀୟ ଏବଂ ସାଧାରଣ ନିର୍ବାଚନ ରେ ଏହି ୨୦ ନଂ ୱାର୍ଡ ର ୨୦୦ ରୁ ଅଧିକ ଲୋକେ ଭୋଟ ଦେଇ ଆସୁଥିଲେ କିନ୍ତୁ ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଆଉ ୯୦ ଜଣ ଭୋଟ ଦେଇ ପାରିବେ ନାହିଁ | ଏହି ୨୦୨୨ ନିର୍ବାଚନ ପୂର୍ବରୁ ଯେଉଁ ଭୋଟର ତାଲିକା ଜାରି ହେଲା ପରେ ତାଲିକା ରେ ନାଁ ନଥିବା ଦେଖି ସେହି ୨୦ନଂ ୱାର୍ଡ ର ଲୋକ ମାନେ ଦୁଃଖ ପ୍ରକାଶ କରିବା ସହିତ ଓ ଅଭିଯୋଗ କରିଛନ୍ତି |ଭାରତୀୟ ନାଗରିକ ହିସାବରେ ଭୋଟ ଦେବା ସମସ୍ତ ଙ୍କ ଅଧିକାର ଥିବା ବେଳେ ଆମର ଭୋଟ ଦେବାର ଅଧିକାର କୁ ସରକାର କ୍ଷୁର୍ଣ୍ଣ କରୁଛନ୍ତି ବୋଲି ସେମାନେ କହିଛନ୍ତି |ଏହି ତ୍ରିସ୍ତରୀୟ ନିର୍ଵାଚନ ରେ ସେମାନଙ୍କର ଭୋଟ ଦେବାକୁ ଆଗ୍ରହ ଥିବା ବେଳେ ଭୋଟ ତାଲିକାରେ ନାଁ ଥିବା ହେତୁ କ୍ଷଭ ପ୍ରକାଶ କରୁଛନ୍ତି ସ୍ଥାନୀୟ ଭୋଟର |ତେଣୁ ଏହି ନିର୍ବାଚନ ପୁର୍ବରୁ କଇଁଝର ର ଏହି 20ନଂ ଜୋନ ର ଭୋଟର ତାଲିକା କୁ ଖୁବ ଶୀଘ୍ର ସଂଶୋଧନ କରିବାକୁ ସାଧାରଣ ରେ ଦାବି ହେଉଛି |

nis-ad
Leave A Reply

Your email address will not be published.