ଭିଜିଲାନ୍ସ ଜାଲରେ ଗଜପତି ଜିଲ୍ଲା ନୂଆଗଡ଼ ବିଇଓ

ମୋହନା: ଭିଜିଲାନ୍ସ ଜାଲରେ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଶିକ୍ଷାଧିକାରୀ ବ୍ରଜ କୁମାର ନାୟକ । ଜଣେ ଶିକ୍ଷକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କାବୁ କଲା ଭିଜିଲାନ୍ସ। ଶିକ୍ଷକ ଫିରୋଜ ଚନ୍ଦ୍ର ନାୟକଙ୍କ ବକେୟା ଦରମା ପାଇଁ ଲାଞ୍ଚ ମାଗିଥିଲେ ବ୍ଲକ ଶିକ୍ଷାଧିକାରୀ । ଏଥିପାଇଁ ଶିକ୍ଷକ ଜଣକ ବ୍ରହ୍ମପୁର ଭିଜିଲାନ୍ସକୁ ଖବର ଦେଇଥିଲେ । ଆଜି ୩୦ ହଜାର ଟଙ୍କା ନେଇ ଶିକ୍ଷକ ଜଣକ ବ୍ଲକ ଶିକ୍ଷାଧିକାରୀଙ୍କ ପାଖକୁ ଯାଇଥିଲେ ।

ତେବେ ପୂର୍ବରୁ ଭିଜିଲାନ୍ସ ଟିମ କାର୍ଯ୍ୟାଳୟ ପାଖରେ ଛକି ବସିଥିଲେ । ଶିକ୍ଷକଙ୍କ ଠାରୁ ବ୍ଲକ ଶିକ୍ଷାଧିକାରୀ ୩୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ କାବୁ କରିଥିଲେ ଭିଜିଲାନ୍ସ ଟିମ । ବର୍ତ୍ତମାନ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମେତ ପାରଳାଖେମୁଣ୍ଡି ସ୍ଥିତ ନିଜ ବାସ ଭବନରେ ମଧ୍ୟ ଏକ କାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।

nis-ad
Leave A Reply

Your email address will not be published.