ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଗସ୍ତରେ ପୋଲିସ ଡିଜି

ମାଲକାନଗିରି: ଦାୟିତ୍ୱ ଗ୍ରହଣ ପରେ ପ୍ରଥମକରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି ପୋଲିସ ଡିଜି ସୁନୀଲ କୁମାର ବଂଶଲ । ଦୀର୍ଘ ବର୍ଷ ପରେ ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ ହେବାକୁ ଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ସେ ନିଜେ ଅନୁଧ୍ୟାନ କରିବା ପାଇଁ ହନ୍ତାଳଗୁଡ଼ା BSF କ୍ୟାମ୍ପରେ ଆଜି ପହଞ୍ଚିଥିଲେ ।

ସୁନାବେଡାରେ ପହଞ୍ଚି କୋରାପୁଟ ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରି କହିଛନ୍ତି ଯେ, ନିର୍ବାଚନରେ ଡ୍ରୋନ୍ ବ୍ୟବହାର ହେବ । ସ୍ୱାଭିମାନ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନରେ ସୁରକ୍ଷା ହେବ କଡ଼ାକଡ଼ି । ବ୍ୟବହାର ହେବ ଡ୍ରୋନ୍‌ ।’ ହିଂସାର ରାସ୍ତା ଛାଡ଼ି ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଡିଜିପି ଆହ୍ବାନ ଦେଇଛନ୍ତି ।

ତେବେ ଆଜି ୧୧ ଟା ସମୟରେ ହନ୍ତାଳଗୁଡା BSF କ୍ୟାମ୍ପରେ ପହଁଞ୍ଚିବା ପରେ ଆଖପାଖ କିଛିଗ୍ରାମ ଗସ୍ତ କରିଥଲେ ଡିଜିପି । ସେଠାରେ ପହଞ୍ଚି DGP ଗାଁ ଲୋକଙ୍କ ସହମଧ୍ୟ ଆଲୋଚନା କରିବା ସହ BSFର ସିଭିକ୍ ଆକ୍ସନ୍ ପ୍ରୋଗ୍ରାମରେ ଯୋଗ ଦେଇ ଗ୍ରାମବାସୀଙ୍କୁ ଭିଭିନ୍ନ ପ୍ରକାର ଘରୋଇ ସରଞ୍ଜାମ ଓ ପୋଷାକ ବାଣ୍ଟିଥିଲେ । ଆଗକୁ ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନ ଥିବାଯୋଗୁଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ତାଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ ।

ସ୍ବାଭିମାନ ଅଞ୍ଚଳରେ ଦୀର୍ଘ ବର୍ଷ ହେବ ମାଓବାଦୀଙ୍କ ନିର୍ବାଚନ ବାରଣ ଯୋଗୁଁ ମତଦାନ ହୋଇପାରିନଥିଲା । ଏବେ ସୁରକ୍ଷା ବାହିନୀର ମାଓ ଦମନ ରଣନୀତି ଯୋଗୁଁ ମାଓବାଦୀ ମାନେ ବେକଫୁଟ ହେଉଥିବା କାରଣରୁ ସୁରୁଖୁରୁରେ ନିର୍ବାଚନ ହୋଇପାରିବ । BSF, SOG, DVF ବାହିନୀ ନକ୍ସଲ ଅପରେସନରେ ବହୁତ ଭଲ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥା ଏବଂ ସ୍ବାଭିମାନ ଅଞ୍ଚଳରେ ଜାରି ରହିଥିବା ବିକାଶ କାର୍ଯ୍ୟକ୍ରମ ଯୋଗୁଁ ଅଞ୍ଚଳର ଲୋକେ ବେଶ ଉତ୍ସାହ ରହିଛନ୍ତି । ପୋଲିସ ମହା ନିର୍ଦ୍ଦେଶକ ଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡି ଆଇ ଜି , ଆଇ ଜି ଅପରେସନ , ଆଇ ଜି ଇଣ୍ଟେଲିଜେନସ , ଆଇଜି ବିଏସଏଫ ଙ୍କ ସହ ମାଲକାନଗିରି ଏସପି ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.