ମାଘ ସପ୍ତମୀ ପ୍ରସିଦ୍ଧ ବୁଡ ଲାଗି ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି

କୋଣାର୍କ: ମାଘ ସପ୍ତମୀ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ପ୍ରସ୍ତୁତ ରହିଥିବା ବେଳେ ପ୍ରଶାସନିକ କ୍ଷେତ୍ରରେ ସମସ୍ତ ପକ୍ରିୟା ଶେଷ ହୋଇଛି । ଏହି ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ୬ ତାରିଖ ଭୋର ରୁ ପଡ଼ିବ ବୋଲି ଜଣାପଡିଛି । କିନ୍ତୁ ଏହି ବୁଡ କୁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁ ମାନଙ୍କୁ ବାରଣ କରାଯାଇଛି ।

ମାଘବୁଡ ପାଇଁ ମାଘ ମେଳା ପଡ଼ିଆ ସହିତ ଚନ୍ଦ୍ରଭାଗା ବେଳା ମାର୍ଗ କୁ ୬ ତାରିଖ ପୂର୍ବାହ୍ନ ୧୦ ଘଟିକା ଠାରୁ ୭ ତାରିଖ ଅପରାହ୍ନ ଦିନ ଗୋଟାଏ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନିକ କ୍ଷେତ୍ରରୁ ସୂଚନା ମିଳିଛି ।

ମେଳା ପଡ଼ିଆ ଚାରିପଟେ ବ୍ୟାରିକେଟ କରାଯାଇଛି । ‌ସେପଟେ ମେଳା ପଡ଼ିଆ କୁ ଯେପରି କି କୈାଣସି ଶ୍ରଦ୍ଧାଳୁ ପ୍ରବେଶ କରି ନ ପାରିବେ ସେଥିଲାଗି ୧୪ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଅନେକ ଅଫିସର ମୁତୟନ କରା ଯିବ ବୋଲି ଜଣାପଡିଛି ।କରୋନା କଟକଣା ପାଇଁ ଏ ବର୍ଷ ମାତ୍ର ୫ ଶହ ଲୋକ ଙ୍କୁ ମାଘ ବୁଡ଼ ସଂପନ୍ନ କରା ଯିବ ।ସେବାୟତ, ପ୍ରଶାସନିକ ଅଧିକାରୀ ଙ୍କ ସହିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏହି ବୁଡ ପକାଯିବ ସୂଚନା ମିଳିଛି ।ରାତ୍ର ୩ଟା ରୁ ପ୍ରତିବର୍ଷ ପରି ତିନି ଠାକୁର ତ୍ରିବେଣୀଶ୍ବର, ଐଶ୍ୱନେଶ୍ବର ଓ ଦକ୍ଷୀଣେଶ୍ବର ଙ୍କୁ ଶୋଭାଯାତ୍ରାରେ ତୀର୍ଥ ପୁଷ୍କରଣୀ ନିଆଯିବl ପରେ ଭୋର ୪ଟା ମଧ୍ୟରେ ୩ ଠାକୁରମାନଙ୍କୁ ମହାନଦୀ ସ୍ନାନ ଓ ତୀର୍ଥ ସ୍ନାନ କରା ଯାଇ ପୂଜାର୍ଚ୍ଚନା କରାଯିବା ପରେ ଏହି ବୁଡ ପକାଯିବ l

nis-ad
Leave A Reply

Your email address will not be published.