ପ୍ରେମିକାକୁ ମାଡ଼ ମାରି ବନ୍ଧା ହେଲା ପ୍ରେମିକ

ଭୁବନେଶ୍ବର: ପ୍ରେମିକାକୁ ମାଡ଼ ମାରି ବନ୍ଧା ହେଲା ପ୍ରେମିକ । ପ୍ରେମିକ ପ୍ରକାମ୍ୟ ସିଂକୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ । ଅଭିଯୋଗ ଅନୁଯାୟୀ, ୩ବର୍ଷ ଧରି ଉଭୟ ପ୍ରେମ କରୁଥିଲେ । ଉଭୟ ଅଲଗା ହେବା ପରେ ଯୁବତୀ ଜଣକ ସମସ୍ତ ଫଟୋ ଡିଲିଟ୍‌ କରିଦେବାକୁ ଯୁବକଙ୍କୁ କହିଥିଲେ ।

ହେଲେ ପ୍ରେମିକ ନିଜ ଗାଡିରେ ଅନ୍ୟ ଜଣେ ଯୁବତୀଙ୍କୁ ସାଙ୍ଗରେ ପ୍ରେମିକା ପାଖରେ ପହଂଚିଥିଲା ।

ପରେ ମୋବାଇଲରୁ ଫଟୋ ଡିଲିଟ୍‌ ନେଇ ଯୁକ୍ତିତର୍କ ହୋଇଥିଲା । ପରେ ଯୁବକ ଯୁବତୀଙ୍କ ମାଡ ମାରିଥିବା ଅଭିଯୋଗ ହେବା ପରେ ଯୁବକଙ୍କୁ ଗିରଫ କରିଛି ପୋଲିସ।

nis-ad
Leave A Reply

Your email address will not be published.