ଜିଲ୍ଲା ପ୍ରଶାସନ ଓ ଆକ୍ସନ ଏଇଡ଼ର ମିଳିତ ଉଦ୍ୟମରେ କୋଭିଡ ସୁରକ୍ଷ୍ୟ ସଚେତନତା ରଥ ଉଦ୍ଘାଟିତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଆକ୍ସନ ଏଇଡ଼ର ମିଳିତ ଉଦ୍ୟମ ରେ ଏକ ସଚେତନତା ରଥ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରସେନ ପ୍ରଧାନ ଙ୍କ ଦ୍ବାରା ଉଦଘାଟନ କରାଯାଅଛି ଏହି ରଥ ମାଲକାନଗିରି ଜିଲ୍ଲା ର ସମସ୍ତ ୭ ଗୋଟି ବ୍ଲକ କୁ ଯାଇ , କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟୀକାକରଣ ର ଉପକାରିତାର ବାର୍ତ୍ତା ପ୍ରଚାର କରିବା ସହିତ ବାଲ୍ୟ ବିବାହ ର ନିରାକରଣ ଉପରେ ବାର୍ତ୍ତା ପରିବେଷଣ କରିବ | ଏହି ଉଦଘାଟନ ଉତ୍ସବ ରେ ଡିଏସଡବ୍ଲୁଓ ଶ୍ରୀମତୀ ସୌଦାମିନୀ ପ୍ରଧାନ, ଡିସିପିଓ -ନାରାୟଣ ଦାଶ୍ ଏଡିଏସଡବ୍ଲୁଓ ଶ୍ରୀ ବଳରାମ ଭୂମିଆ, ନୀତିଆୟୋଗ ଟିମର ମେମ୍ବର ପ୍ରସନ୍ନ ମିଶ୍ର, ଡିଷ୍ଟ୍ରିକ୍ଟ କନସଲଟାନଟ ଆକ୍ସନ ଏଇଡ଼ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.