ବ୍ରହ୍ମପୁର: ସାରା ରାଜ୍ୟରେ ପରିବର୍ତ୍ତନ ର ହାୱା ସହ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଟି ଚାଳନା ରେ ହାରିବା ବିଧାୟକ ପ୍ରାର୍ଥୀ ବିଜେଡ଼ି ଦଳ ବିରୋଧି କାର୍ଯ୍ୟ ଯୋଗୁଁ ବିଜୟୀ ହୋଇଗଲେ। ଗଞ୍ଜାମ ଜିଲ୍ଲାର କିଛି ଭାଜପା ର ନିର୍ବାଚିତ ବିଧାୟକ ଭବିଷ୍ୟତରେ ଆଉ କେବେବି ବିଧାୟକ ହୋଇପାରିବେ ନାହିଁ ବୋଲି ଆଲୋଚନା ହେଉଛି। ହେଲେ ମୋଦି ଆଶୀର୍ବାଦ ବିଜେଡ଼ି ର ଗୋଡ଼ ଝିକା ଝିକି ଓ ପ୍ରଦୀପ ପାଣିଗ୍ରାହୀଙ୍କ ରଣନୀତି ଯୋଗୁଁ ବହୁ ବିଜେପି ବିଧାୟକ ୨୦୨୪ ସାଧାରଣ ନିର୍ବାଚନ ରେ ବିଜୟୀ ହୋଇଥିଲେ। ପରାଜୟ ରୁ ସ୍ୱଳ୍ପକେ ବର୍ତ୍ତୀ ଯାଇ ବିଜୟୀ ହେବା ପରେ ଚେଲା ଚାମୁଣ୍ଡା କୁ ହାତବାରିସୀ କରି ଠିକାଦାର, ବ୍ୟବସାୟୀ, ସରକାରୀ ବାବୁ ମଦ, ବାଲି ମାଫିଆ ମାନଙ୍କୁ ମାସିଆରି ବଟି ଫିକ୍ସ କରି ମଧ୍ୟ ଚର୍ଚ୍ଚା ରେ ରହିଛନ୍ତି। ଏବେ ବିଜେଡ଼ି ଦଳରେ ରହି ସବୁ ବେଳେ ନିଜ ସ୍ୱାର୍ଥକୁ ଦେଖୁଥିବା ନେତା ମାନଙ୍କୁ ବିଜେପି ଦଳରେ ମିଶ୍ରଣ କରି ଦଳ ବଳ ଗୋଟାଉଥିବା ଦର୍ଶାଇ ମନ୍ତ୍ରୀ ପଦ ହାତେଇବା ପାଇଁ ଖବର କାଗଜ ଓ ଟିଭି ସମ୍ମୁଖରେ ଆସୁଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲାର ଭାଗକୁ ଦୁଇଟି ମନ୍ତ୍ରୀ ପଦ ମିଳିଛି। ଏହି ଦୁଇ ମନ୍ତୀ ଙ୍କ ମଧ୍ୟରୁ ଜଣକୁ କୁଆଡ଼େ ବାଦ ଦେଇ ମନ୍ତ୍ରୀ ପଦ ହାତେଇବାକୁ ଦିବା ସ୍ୱପ୍ନ ଦେଖୁଥିବା ବିଧାୟକ କିଏ..? ହେବା କୁ ରଣନୀତି ଚାଲୁଛି ବୋଲି ଚର୍ଚ୍ଚା l
ହାତରେ ଭୋଟ ନଥିବା ଔଷଧ ବିକଳରେ ତାଟିଆ କାମୁଡ଼ିବା ନେତା ମାନଙ୍କୁ ମେଳି କରି ମିଶ୍ରଣ ପର୍ବ କରି ଚର୍ଚ୍ଚା କରିବା ଏହି ନେତାଙ୍କ ପୂର୍ବ ଅଭ୍ୟାସ ବୋଲି ବି ଚର୍ଚ୍ଚା ହେଉଛି। ବିଜେଡ଼ି ରୁ ବିଜେପି କୁ ଚତୁରତା ଓ ସ୍ୱାର୍ଥ ସାଧନ ପାଇଁ ଲମ୍ପ ମାରିଥିବା ନେତା ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିଜୟୀ ହେଵତ..? ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ହେବା ପରେ ପରେ ସାଂସଦ ଓ ବିଧାୟକଙ୍କ ମଧ୍ୟରେ ତିକତତା ଲାଗିରହିବା ଚର୍ଚ୍ଚା ହେବା ଓ କୌଣସି ସରକାରୀ ବେସରକାରୀ କାର୍ଯ୍ୟକ୍ରମ ରେ ଆଉ ଏକା ସଙ୍ଗେ ସାଂସଦ ଓ ବିଧାୟକ ଙ୍କ ଦେଖା ମିଳୁନି। ଦଳ ବଦଳ ହେଲେ ନିଜର ପତିଆରା ଓ ବ୍ୟବସାୟ କୁ ଆଗକୁ ନେବା ସହ ଶାସକ ଦଳ ସହ ରହିଲେ ମାମୁଁ ଘରକୁ ଯିବା ଭୟ ରହେ ନାହିଁ। ନେତା ଓ ବାବୁ ମାନଙ୍କୁ ହାଡ଼ ପକେଇ ସବୁ ମାରିଖାଇବା ଏହି ଦଳ ଡ଼ିଆଁଙ୍କ ସ୍ୱାର୍ଥ ବୋଲି ଲୋକେ କୁହାକୁହି ହେଲେଣି। ଆଗକୁ ସମୟ କହିବ କିଏ କେତେ ପାଣିରେ ଅଛନ୍ତି। ହାୱାରେ ବିଧାୟକ ହୋଇ ମନ୍ତ୍ରୀ ହେବା ଦିବା ସ୍ୱପ୍ନ ଦେଖୁଥିବା ନେତା ଆଗକୁ କେତେ ସଫଳ ହେବେ ସମୟ କହିବ। କିନ୍ତୁ ଆଶା ର ଅନ୍ତ ନାହିଁ ଶୁଣିବାକୁ ମିଳୁଛି କିଛି ବିଧାୟକ ଆଟେଜ ଭର୍ତ୍ତି କରି ଦିଲ୍ଲୀ ଓ ଭୁବନେଶ୍ୱର ରେ ଯୋଗାଡ଼ ରେ ଲାଗି ପଡିଛନ୍ତି l ଦେଖାଯାଉ ଯୋଗାଡ଼ ରେ କିଏ ସଫଳ ହେଉଛି ତାହା ସମୟ କହିବ l ଆଗକୁ ଅଛି ପଂଚାୟତ ନିର୍ବାଚନ ତେଣୁ ବିଜେଡି ବି ଦଳ ଓ ବଳ ଯୋଗାଡ଼ ରେ ବ୍ୟସ୍ତ, ପ୍ରଦୀପ ପାଣିଗ୍ରାହୀ ଙ୍କ ବିଜେଡି ପ୍ରୀତି ମଧ୍ୟ ରହିଛି ଯାହା ତାଙ୍କ ମିଡ଼ିଆ ଆଗରେ ଟିପଣୀ ରୁ ବାରିହୋଇ ପଡୁଛି l ବିଜେପି ବିଧାୟକ ମାନଙ୍କ ମନ୍ତ୍ରୀ ପଦ ଆଶା ଏବଂ ନିଜ ନିଜ ଭିତରେ ଥିବା କନ୍ଦଳ ଯାହାକି ପାଉଁଶ ତଳର ନିଆଁ ପରି କୁହୁଳୁଛି…