ପାତ୍ରପୁର: ସରକାର ବିଦ୍ୟୁତ୍ ସୁଯୋଗରୁ ବଞ୍ଚିତ ଦୁର୍ଗମ ଅଞ୍ଚଳ ବାସୀ l ବିଦ୍ୟୁତ୍ ସୁଯୋଗ ରୁ ବଞ୍ଚିତ ଦୁର୍ଗମ ଗ୍ରାମ ମାନଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି l କିନ୍ତୁ କିଛି କାରଣ ନିମନ୍ତେ ଏହି ଯୋଗାଣରେ ବ୍ୟତିକ୍ରମ ଦେଖାଦେଇଛି l ପାତ୍ରପୁର ରେ ଥିବା ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମ ଗୁଡ଼ିକ ରେ ବିଦ୍ୟୁତ୍ ଯୋଗାଣ ହୋଇ ପାରିନଥିବାରୁ କେତେକ ସ୍ଥାନରେ ସୋଲାର ପ୍ରକଳ୍ପ ମାଧ୍ୟମରେ ବିଦ୍ୟୁତ୍ ଯୋଗଯାଉଛି l ତେବେ ସରକାର ପ୍ରତି ପଂଚାୟତର କେନ୍ଦ୍ର ସ୍ଥଳକୁ ବିଦ୍ୟୁତ୍ ଯୋଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ l ଏହି କ୍ରମରେ ବ୍ଲକର ଅଙ୍କୁଲି ପଂଚାୟତର କେନ୍ଦ୍ର ସ୍ଥଳକୁ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ସ୍ଥିର ହୋଇଥିଲା l ଏହି କାର୍ଯ୍ୟ ପାଇଁ ଆସିଥିବା ବିଦ୍ୟୁତ୍ ଖୁଣ୍ଟ ଆସି ଥିବା ବେଳେ ପାହାଡ଼ ଉପରକୁ ନ ଯାଇ ଦେଢ଼ ବର୍ଷ ହେଲା ପାହାଡ଼ ତଳ ତାଡକାସାହି ନିକଟରେ ପଡ଼ି ରହିଛି l ଅଙ୍କୁଲି ପଞ୍ଚାୟତଟି ପାହାଡ଼ ଉପରେ ରହିଛି l ଏହି ଗ୍ରାମକୁ ଯିବାକୁ ତାଡକା ସାହି ଠାରୁ ପ୍ରାୟ କୋଡିଏ କିଲୋମିଟର l ପାହାଡ଼ ଉପରକୁ ପାଞ୍ଚ ବର୍ଷ ପୂର୍ବେ ସରକାରଙ୍କ ତରଫରୁ ପକ୍କା ରାସ୍ତା ନିର୍ମାଣ କରାଯାଇଅଛି l ଏହି ରାସ୍ତାରେ ପଡ଼ୁଥିବା ପ୍ରଥମ ଗ୍ରାମ ଚରିଆସାହି କୁ ବିଦ୍ୟୁତ୍ ଯୋଗାଣ ହୋଇଥିବା ବେଳେ ଅନ୍ୟ ୬ରୁ ଉର୍ଦ୍ଧ ଗ୍ରାମ ବିଦ୍ୟୁତ୍ ଯୋଗାଇବା ଲକ୍ଷ୍ୟ ରହିଛି l ଏହି ରାସ୍ତାରେ ପଡ଼ୁଥିବା ଧାନବାଡ , ତିତିରିସିଙ୍ଗି, ରାଇଖାଲ, ଖଳାସାହି ସମେତ ଆଙ୍କୁଲିକୁ ବିଦ୍ୟୁତ୍ ଯୋଗାଇବା ଲକ୍ଷ୍ୟ ରହିଥିବା ବେଳେ କେବଳ ଖୁଣ୍ଟ ଯୋଗାଣରେ ବିଦ୍ୟୁତ୍ ଯୋଗାଣ ଅଟକି ଯାଇଛି l ଏ ସଂପର୍କରେ ବିଦ୍ୟୁତ୍ ବିଭାଗର ଅଧିକାରୀ ଙ୍କୁ ପଚାରିବାରେ ପାହାଡ ଉପରକୁ ଠିକାଦାର ଖୁଣ୍ଟ ନବାକୁ ଅମଙ୍ଗ ହୋଇ ପାହାଡ ତଳେ ରହିଥିବା ବେଳେ ଚଳିତ ବର୍ଷ ପାହାଡ ଉପରକୁ ଖୁଣ୍ଟ ନେଇ ଆଗାମୀ ଦିନରେ ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି କହିଛନ୍ତି l କେବେ ଏହି କାର୍ଯ୍ୟ ସରିବ ଆଉ ଦୁର୍ଗମ ଗ୍ରାମବାସୀ କେବେ ନିଜ ଘର ଆଲୋକିତ ମୟ ଦେଖିବେ ସେ ଆଶା ନେଇ ରହିଛନ୍ତି l
Sign in
Sign in
Recover your password.
A password will be e-mailed to you.