ପ୍ରତିଶ୍ରୁତି ପରେ ବି ମିଳିଲାନି ସରକାରୀ ବାସଗୃହ ଆତ୍ମାହୁତି ଧମକ ଦେଲେ ମହିଳା…


ହିଞ୍ଜିଳିକାଟୁ: ଦୀର୍ଘ ୬ ବର୍ଷ ପରେ ମଧ୍ୟ ପ୍ରତିଶ୍ରୁତି ପାଳନ ହେଲାନାହିଁ। ସବୁଆଡେ଼ ନିରାଶ ପରେ ଏବେ ବାସଗୃହ ନ ମିଳିଲେ ଆସନ୍ତା ଜାନୁଆରୀ ୨୬ରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ଅଫିସ ସାମନାରେ ଆତ୍ମାହୁତି ଧମକ ଦେଇଛନ୍ତି ଜଣେ ମହିଳା।
ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଲକ୍ ଗଣ୍ଡଳା ପଞ୍ଚାୟତ ଅନ୍ତର୍ଗତ ମାରପଲୀ ଗାଁ ର କୁନି ଦାସଙ୍କ ।ଳ ଗତ ହୁଡହୁଡ ବାତ୍ୟା ସମୟରେ ସରକାରୀ ଜାଗାରେ କରିଥିବା ଛଣ ଛପର ଘର ଭାଙ୍ଗି ଦୁରମାର ହୋଇଗଲା । ସରକାରୀ ଜାଗାରେ କୁଡିଆଟି କରିଥିବା ହେତୁ ସରକାରୀ ସାହାଯ୍ୟ ପାଇପାଇଲେ ନାହିଁ । ବିଭିନ୍ନ ସରକାରୀ ଅଧିକାରୀ ମାନଙ୍କୁ ସେ ସରକାରୀ ଯୋଜନାରେ ବାସଗୃହ ଯୋଗାଣ ପାଇଁ ବାରମ୍ବାର ଲିଖିତ ଗୁହାରି କଲେ । କେହି ଏଥୁ ପ୍ରତି କୌଣସି ପ୍ରକାର ଜର୍ଣ୍ଣପାତ କଲେ ନାହିଁ । କିଛି ଉପାୟ ନ ପାଇ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ . ୧୭ ଜୁଲାଇ.୨୦୧୮ ରିଖ ଦିନ ହିଞ୍ଜିଳିକାଟୁ ବ୍ଲକ୍ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଥିଲେ । ତତ୍‌କାଳୀନ ତହସିଲଦାର, ପୋଲିସ ଇନ୍ସପେକ୍ଟର, ବି.ଡି.ଓ. ପଞ୍ଚାୟତ ସମିତି ଅଧ୍ୟକ୍ଷ ଧାରଣା ସ୍ଥଳକୁ ଆସି ପ୍ରତିଶୃତି ଦେଇ ୧ ମାସ ମଧ୍ୟରେ ଗ୍ରାମରେ ଜାଗା ଓ ବିଜୁ ପକ୍କାଘର ଯୋଗାଇ ଦିଆଯିବା ପ୍ରସ୍ତାବ ଓ ପ୍ରତିଶ୍ରୁତି ଦେଇଥିଲେ। ସେ ଅନଶନ ପ୍ରତ୍ୟାହାର କଲେ । ତାଙ୍କ କଥା ଶୁଣି ପ୍ରତ୍ୟାହାର କଲି । ତେବେ ସରକାରୀ ଅଧିକାରୀ ମାନେ କୌଣସି ପଦକ୍ଷେପ ନେଲେ ନାହିଁ । ବାରମ୍ବାର ତହସିଲ ଅଫିସ, ବି.ଡି.ଓ ଅଫିସ ଯାଇ ନିରାଶ ହୋଇ ଫେରିଲେ କୁନି। ହିଂଜିଳି ବ୍ଲକରେ ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦରଖାସ୍ତ ଦେଇଥୁଲେ । ୦୬.ଡିସେମ୍ବର ୨୦୨୨ ରିଖରେ ଛତ୍ରପୁରରେ ଜିଲାପାଳ ଙ୍କ କାର୍ଯ୍ୟାଳୟ ରେ ସାକ୍ଷାତ କରିଥିଲେ। ତଥାପି କୌଣସି ସୁଫଳ ମିଳିନଥିଲା। ସବୁ ବେଳେ ନିରାଶ ପରେ ବାଧ୍ୟ ହୋଇ କୁନି ଗତ ୯ ଡିସେମ୍ବର ୨୦୨୪ ରେ ଦରଖାସ୍ତଟିଏ ଦେଇଅଛି । ତାଙ୍କ ଦାବି ପ୍ରତି ଗୁରୁତର ସହ ବିଚାର କରି ଗୋଟିଏ ଗୃହ ପାଇଁ ଜାଗା ଓ ଆବାସ ଯୋଗାଇବା ପଦକ୍ଷେପ ନ ନେଲେ ଆସନ୍ତା ଜାନୁୟାରୀ ୨୬, ୨୦୨୫ ରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଦେବାକୁ ଦର୍ଶାଇଛନ୍ତି। ଅନ୍ୟ ପକ୍ଷରେ ଗଞ୍ଜାମ ଜିଲା କିଷାନ କଂଗ୍ରେସ ( ପଶ୍ଚିମ) ସଭାପତି ପଦ୍ମ ଚରଣ ସାହୁ କହିଛନ୍ତି ଯେ, ରାଜନୈତିକ ବାଛବିଚାର କରି ସରକାରୀ ଯୋଜନାରେ କୁନିକୁ ବାସଗୃହ ଯୋଗାଣ କରାଯାଇନାହିଁ। ଉଚ୍ଚ କତୃପକ୍ଷ ତୁରନ୍ତ ସମାଧାନ କରନ୍ତୁ।

nis-ad
Leave A Reply

Your email address will not be published.