ଉମରକୋଟ /ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପଚରିପାରା ପଂଚାୟତ ସଦର ମହକୁମା ଠାରେ ରାଇଘର ବ୍ଲକରେ ବସବାସ କରୁଥିବା ସମସ୍ତ ଯାଦବ ସମାଜର ଜନସାଧାରଣ ଏକତ୍ରିତ ସମବେଦ ହୋଇ ଗୋବର୍ଧନ ପୂଜା କରିବା ସହ ମଣ୍ଡେଇ ଯାତ୍ରା କରିଛନ୍ତି |ଏହି ଗୋବର୍ଦ୍ଧନ ପୂଜାଟିରେ ସୀମାନ୍ତବର୍ତ୍ତୀ ଛତିଶଗଡ ରାଜ୍ୟର ଶତାଧିକ ଯାଦବ ଜାତିର ଭାଇ ଓ ଭଉଣୀମାନେ ମଧ୍ୟ ଯୋଗଦେଇଥିଲେ | ଗୋବର୍ଦ୍ଧନ ପୂଜା ଓ ମଣ୍ଡେଇ ଯାତ୍ରା ବିଗତ ୧୯୯୨ମସିହାରୁ ଆରମ୍ଭ ହୋଇ ବର୍ତମାନ ଯାଏ ବହୁତ ଘାତ ପ୍ରତିଘାତ ସହି ପ୍ରୋଗତିରେ ଅଛି କହି ଯାଦବ ସମାଜର ମୁଖ୍ୟ ମୁଖ୍ୟ ପୂଜାରୀ ସହ ସେୟାନ ମାନେ କହିଛନ୍ତି |ହିନ୍ଦୁ ରୀତିନୀତି ନିୟମ ଅନୁସାରେ ଗୋ ପୂଜନ ସହ ସମସ୍ତ ପୂଜାକାର୍ଯ୍ୟ ସମାପନ କରାଯାଏ |ପ୍ରତିବର୍ଷ ମଣ୍ଡେଇରେ ରାଇଘର ଅଞ୍ଚଳର ୨୬ ଗୋଟି ପଂଚାୟତର ଯାଦବ ଭାଇ ଭଉଣୀ ମାନଙ୍କ ସହ ଜାତି ବର୍ଣ୍ଣ ନିର୍ବିଶେଷରର ସମସ୍ତେ ଅଂଶଗ୍ରହଣ କରି ମଣ୍ଡେଇ ଯାତ୍ରା ଦେଖନ୍ତି।ପଡୋଶୀ ରାଜ୍ୟ ଓ ଦୂର ଦୁରାନ୍ତରୁ,ସହସ୍ରାଧିକ ଜଣସାଧାରଣ ଆସି ବିଭିନ୍ନ ପ୍ରକାରର ଦୋକାନ ଦିୟନ୍ତି | ଏହି ଦିନ ଯାଦବ ସମାଜ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବା ସହ ସମସ୍ତେ ନାଚ ଗୀତରେ ମସଗୁଲ ରହି ଆନନ୍ଦିତ ହେବା ପରିଲକ୍ଷିତ |
ସାତବର୍ଷ ତଳେ ସମସ୍ତ ଯାଦବ ସମାଜର ଭାଇ ମାନେ ଚାନ୍ଦା ଆଦାୟ କରି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ହେଲେ ଆର୍ଥିକ ଅଭାବ ଦେଖାଦେବାରୁ ତତ କାଳୀନ ବିଧାୟକ ତଥା ବର୍ତମାନର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କୁ ମନ୍ଦିର ନିର୍ମାଣ କାର୍ଯ୍ୟ କରିବାକୁ କିଛି ଅନୁଦାନ ରାଶି ପାଇଁ ଅନୁରୋଧ କରିଥିଲେ କିନ୍ତୁ ମନ୍ତ୍ରୀ ମହାଶୟ ଯାଦବ ମାନଙ୍କର ଅନୁରୋଧ ରକ୍ଷାକରି ନିଜ ପାଣ୍ଠିରୁ ୨ଲକ୍ଷ ଟଙ୍କା ପ୍ରଦାନ କରିଥିଲେ |ବର୍ତମାନ ମନ୍ଦିରଟି ଅକ୍ଷତ ଅବସ୍ଥାରେ ଛାତ ଲେବେଲ ପର୍ଯ୍ୟନ୍ତ ପହଂଚି ଟଙ୍କା ଅଭାବ ଯୋଗୁଁ ଦଣ୍ଡାୟମାନ | ଏହି ମନ୍ଦିର ସୁ-ସମ୍ପୂର୍ଣ୍ଣ କରିବା ପାଇଁ ଜ଼ିଲ୍ଲା ପ୍ରଶାସନ ଯାଦବ ସମାଜର ଦୁଃଖକୁ ବୁଝି ମନ୍ଦିର କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଯୋଗେଇ ଦେବାକୁ ଯାଦବ ସମାଜ ପକ୍ଷରୁ ଅନୁରୋଧ ତଥା ପ୍ରାର୍ଥନା ଜଣାଇଛନ୍ତି |ଏହି ଗୋବର୍ଦ୍ଧନ ପୂଜାରେ ସରପଞ୍ଚ ଚୌଧୁରୀ ଗଣ୍ଡ,ପୂର୍ବତନ ସରପଞ୍ଚ ଆଶାରାମ ଗଣ୍ଡ,ସଭାପତି ଜୟସିଂ ୟାଦବ, ଉପ ସଭାପତି ତନୁରାମ ୟାଦବ, ଆୟୋଜକ ମହେଶ୍ୱର ଗୌଡ଼ ପରୁନିତ ରାଉତ, କାଜୁ ୟାଦବ,ସୁନୀଲ ସରକାର, ନାରାୟଣ ଗାଇନ, କୋରନସିଂ ଗଣ୍ଡ, ଦଶରଥ ଗଣ୍ଡ, ଢରା ଗଣ୍ଡ ପ୍ରମୁଖ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦାନ କରି ମଣ୍ଡେଇ ଓ ଯାତ୍ରାର ଶୋଭା ବଡ଼େଇଥିଲେ।