ପୁଣି ସେବାୟତଙ୍କ ବିବାଦ, ମକର ସଂକ୍ରାନ୍ତିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ

ଭୁବନେଶ୍ଵର: ମକର ସଂକ୍ରାନ୍ତି ପୂର୍ବରୁ ଅଘଟଣ । ଅନିଦ୍ରା, ଅଖିଆ, ଅପିଆ ରହିଲେ ପ୍ରଭୁ ଶ୍ରୀ ଲିଙ୍ଗରାଜ । ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । ଫଳରେ ଗତକାଲି ରାତି ସାଢ଼େ ୮ରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ବଡ଼ୁ ସେବାୟତ ବାରମ୍ବାର ମନମୁଖୀ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ କରିଛନ୍ତି ମହାସୁଆର ।

ନୀତି ଅନୁସାରେ ପବିତ୍ର ପୁଷ୍ୟାଭିଷେକ ଅବସରରେ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହେବା ପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ । କିନ୍ତୁ ବଡୁ ସେବାୟତ ଏକା ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ। ଯାହାକୁ ମାହାସୁଆର ନିଯୋଗ ବିରୋଧ କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଗତକାଲି ସନ୍ଧ୍ୟାରୁ ବଡୁ ସେବାୟତ ଓ ମହାସୁଆର ସେବାୟତଙ୍କ ମଧ୍ୟରେ ନୀତି କରିବାକୁ ନେଇ ବିବାଦ ହେଉଥିବାରୁ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ଓ ମକର ପୂଜା ନୀତି ବନ୍ଦ ରହିଛି। ମକର ମଣ୍ଡପରେ କାଲି ସନ୍ଧ୍ୟାରୁ ଠାକୁର ବସି ରହିଛନ୍ତି। ଏପଟେ ଆଜି ମକର ସଂକ୍ରାନ୍ତି ଅବସରରେ ଲୋକଙ୍କ ପାଇଁ ଖୋଲା ରହିଛି ମନ୍ଦିର । ସକାଳୁ ମଙ୍ଗଳ ଆଳତି ହେଇନଥିବା ବେଳେ ସାହାଣ ମେଲା ଦର୍ଶନ ଚାଲୁଛି।

nis-ad
Leave A Reply

Your email address will not be published.